ସତର୍କ ରୁହ ୮ ଜିଲ୍ଲା ! ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୮ ଜିଲ୍ଲାକୁ କାଳବୈଶାଖୀ ଓ ବଜ୍ରପାତ ବିପଦ ଆଶଙ୍କା , ସତର୍କ କରାଇଲା ପାଣିପାଗ ବଭାଗ ।

7,165

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, କିନ୍ତୁ ଏହା ଦ୍ୱାରା ଭାରତୀୟ ମୂଳ ଭୂଖଣ୍ଡରେ ବାତ୍ୟା ହେବାର ଆଶଙ୍କା କମ ରହିଛି । ବିଶେଷକରି ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଦେଇଛି । ରାଜ୍ୟର ଅନୂନ୍ୟ ୧୦ଟି ଜିଲ୍ଲାରେ ଆସନ୍ତା  ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ । ଏଥିସହ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆଜି ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଶୁକ୍ରବାର ଅପରାହ୍ଣ ସୁଦ୍ଧା ରାଜ୍ୟର ରାୟଗଡ଼ା, କୋରାପୁଟ, କନ୍ଧମାଳ, କେନ୍ଦୁଝର, ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତବେ, ଏହି ସମୟ ମଧ୍ୟରେ ବିଶେଷ କରି ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।