ଆମେରିକା ପାଇଁ ବଡ଼ ଚ୍ୟାଲେଞ୍ଜ ! ସବୁଠାରୁ ଶକ୍ତିଶାଳୀ ହାଇଡ୍ରୋଜେନ୍ ବୋମା ପରୀକ୍ଷା କଲା ଉତ୍ତର କୋରିଆ

34

କନକ ବ୍ୟୁରୋ: ସାରା ଦୁନିଆର ଆଖିରେ ଧୂଳି ଦେଇ ମାରାତ୍ମକ ପରମାଣୁ ପରିକ୍ଷଣ କରିଛି ଉତ୍ତର କୋରିଆ । ଆମେରିକାର ଚ୍ୟାଲେଂଜ ଏବଂ ଜାତିସଂଘର କଟକଣାକୁ ଖାତିର ନକରି ପରମାଣୁ ବୋମାର ପରିକ୍ଷଣ କରିଛି ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ । ଉତ୍ତରକୋରିଆ ହାଇଡ୍ରୋଜେନ୍ ବମ୍ ବିକଶିତ କରିଥିବା ନେଇ ଦାବି କରିବା ପରେ ଏହି ପୁରା ଘଟଣା ସାମ୍ନାକୁ ଆସିଛି ।

ଆର୍ନ୍ତଜାତୀୟ ଖବରକାଗଜ ଗୁଡ଼ିକର ରିପୋର୍ଟ ଅନୁସାରେ, ଉତ୍ତରକୋରିଆ ଷଷ୍ଠ ପରମାଣୁ ପରୀକ୍ଷଣ କରିଛି । ଆଉ ଏହା ହାଇଡ୍ରୋଜନ ବମ୍ ହୋଇଥାଇପାରେ, ଯାହାର ତିବ୍ରତା ପୂର୍ବ ପରୀକ୍ଷଣ ଗୁଡ଼ିକ ତୁଳନାରେ ଢ଼େର ଅଧିକ ।

ଏହି ରପୋର୍ଟ ଅନୁସାରେ, ପରୀଣକ୍ଷ ହୋଇଥିବା ସ୍ଥଳରେ ୬.୩ ବିତ୍ରତାର କମ୍ପନ ହୋଇଛି । ଯାହା ଶକ୍ତିଶାଳୀ ଭୂମିକମ୍ପର ଠାରୁ କୌଣସି ଗୁଣରେ କମ୍ ନୁହେଁ । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ହୋଇଥିବା ପରମାଣୁ ପରୀକ୍ଷଣ ତୁଳନା ଏହାର ମାତ୍ର ବେଶ ଅଧିକ । ଅନ୍ୟପଟେ ଏହି ପରମାଣୁ ବୋମା ପରିକ୍ଷଣକୁ ବିରୋଧ କରିଛି ଜାପାନ ।