ଓମିକ୍ରନ୍ ଭୟ ଭିତରେ ଆଶ୍ୱସ୍ତିକର ଖବର : ଜୁନ୍ ୨୦୨୨ ସୁଦ୍ଧା ସ୍ୱାଭାବିକ ହୋଇପାରେ ଜୀବନଯାତ୍ରା

1,452

କନକ ବ୍ୟୁରୋ : ଓମିକ୍ରନ୍ ଭୟ ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଜୁନ୍ ୨୦୨୨ ସୁଦ୍ଧା ସ୍ୱାଭାବିକ ହୋଇପାରେ ଜୀବନଯାତ୍ରା । ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପରାମର୍ଶଦାତା ଡକ୍ଟର ସୁଭାଷ ସାଲୁଙ୍କେ । ସେ କହିଛନ୍ତି ଜୁନ୍ ସୁଦ୍ଧା କରୋନାର ନୂଆ ଭାରିଆଂଟ ଓମିକ୍ରନର ପ୍ରଭାବ ହ୍ରାସ ପାଇଯାଇଥିବ । ଡକ୍ଟର ସାଲୁଙ୍କେ କହିଛନ୍ତି, ବର୍ତମାନ ଚିହ୍ନଟ ହୋଇଥିବା ନୂଆ ଭାରିଆଂଟ ଓମିକ୍ରନ୍ ଅଧିକ ବ୍ୟାପୁଛି ହେଲେ ଏହା ଦ୍ୱାରା ଲୋକେ ଗୁରୁତର ହେବେ ନାହିଁ । ଓମିକ୍ରନରୁ ରକ୍ଷା ପାଇବା ପାଇଁ ଲୋକେ କୋଭିଡ୍ କଟକଣା ମାନିବା ଆବଶ୍ୟକ । ଏଥିପାଇଁ ସରକାର ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।