ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ମହାବନ୍ଦ : ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଅଖଚକ୍ ଜାମ୍, ଦୋକାନ ବଜାର ବନ୍ଦ

୧୨ ଘଂଟିଆ ବନ୍ଦ ଡାକରା

228

କନକ ବ୍ୟୁରୋ: ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ପଶ୍ଚିମ ଓଡିଶାରେ ମହାବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ବ୍ୟତିତ୍ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସୁନ୍ଦରଗଡ, ବରାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ନୂଆପଡା, ବରଗଡ, ଦେବଗଡ, ସୁବର୍ଣ୍ଣପୁର, କଳାହାଣ୍ଡିରେ ଅଖଚକ୍ ଜାମ୍ କରାଯାଇଛି । ବଲାଙ୍ଗୀରରେ ବର୍ଷା ସତ୍ୱେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି ।

 

ସକାଳ ୬ରୁ ସଂଧ୍ୟା ୬ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରିବା ସହ ଦୋକାନ ବଜାର ବନ୍ଦ ପାଳନ ପାଇଁ କୋସଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦରୁ ବାଦ୍ ପଡିଛି ସମ୍ବଲପୁର । ସମ୍ବଲପୁରରେ ସମସ୍ତ ଅନୁଷ୍ଠାନ ଖୋଲା ରଖାଯାଇଛି ।