ନୋରା ଫତେହିଙ୍କୁ ଲୋଡା କେମିତି ବର? ଡାନ୍ସ ରିଆଲିଟି ସୋ’ରେ କହିଲେ ମନ କଥା ।

307

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଆକାଶ ଛୁଆଁ । ତାଙ୍କର ପ୍ରତିଟି ଡାନ୍ସ ବେଶ ଲୋକପ୍ରିୟତା ହାସଲ ମଧ୍ୟ କରିଛି । ହେଲେ ଏଯାଏଁ ଏହି ଅଭିନେତ୍ରୀ ବିବାହ କରିନାହାଁନ୍ତି । ନିକଟରେ ସେ ଯୋଗ ଦେଇଥିବା ଏକ ଡାନ୍ସ ରିଆଲିଟି ସୋ’ ‘ ଇଣ୍ଡିଆନ୍ ବେଷ୍ଟ ଡାନ୍ସର’ରେ ଏହାକୁ ନେଇ ପ୍ରଶ୍ନ କରିଥିଲେ ଦର୍ଶକ । ଆଉ ପଚାରିଥିଲେ କେଉଁଭଳି ଜୀବନ ସାଥୀଙ୍କ ଅପେକ୍ଷାରେ ଅଛନ୍ତି ନୋରା ।ଏହାର ଉତ୍ତରରେ ନୋରା ଏପରି କିଛି କିଛି ଉତ୍ତର ଦେଇଥିଲେ , ଯାହାକୁ ନେଇ ଉପସ୍ଥିତ ଦର୍ଶକ ଓ ବିଚାରକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଥିଲା ।

ନୋରା କହିଥିଲେ ସେ ଚାହୁଁଛନ୍ତି ତାଙ୍କ ଜୀବନ ସାଥୀ ଜଣେ ରଚନାତ୍ମକ ବ୍ୟକ୍ତିତ୍ୱ ହୋଇଥିବା ଆବଶ୍ୟକ । ସେ ଜଣେ ଭଲ ଚିତ୍ରକର ହୋଇଥିବେ ।  ଏହା କହିବା ପରେ ଷ୍ଟେଜ୍ ଉପରେ ଥିବା ହୋଷ୍ଟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା ।

ନୋରା ଜଣେ ଭଲ ବେଲି ଡାନ୍ସର । ବିଗ୍ ବସରୁ ଆରମ୍ଭ ହୋଇଥିଲା ତାଙ୍କର କ୍ୟାରିଅର । ଏହାପରେ ‘ଦିଲବର’ ଓ ‘ଗର୍ମି’ଗୀତରେ ତାଙ୍କର ନୃତ୍ୟ ତାଙ୍କୁ ପରିଚୟ ଆଣିଦେଇଥିଲା ।ତାଙ୍କର କିଛି ମ୍ୟୁଜିକ ଭିଡିଓ ବେଶ ସଫଳ ପ୍ରମାଣିତ ହୋଇଛି ।