କଟକ-ଭୁବନେଶ୍ୱର ଆମିଷ ବଜାରରେ ନିଆଁ: ଭୁବନେଶ୍ୱରରେ ଚିକେନ୍ କିଲୋ ପ୍ରତି ୨୭୦ରୁ ୨୮୦ ଟଙ୍କା

605

କନକ ବ୍ୟୁରୋ: ଆମିଷ ବଜାରରେ ନିଆଁ । ଡାଲି, ଖାଇବା ତେଲ, ପନି ପରିବା ଭଳି ଆମିଷ ଖାଦ୍ୟ ସାମଗ୍ରୀ ଦର ବି ଖୁବ୍ ବଢିଯାଇଛି । ଲୋକେ ସାଧା ଖାଇବେ ନା ଆମିଷ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ମାଛ, ଚିକେନ୍, ମଟନ୍, ସବୁ ଦର ବଢିଯାଇଛି । କଟକ, ଭୁବନେଶ୍ୱରରେ ଦୁଇ-ତିନି ମାସ ହେଲାଣି କ୍ରମାଗତ ଭାବେ ଚିକେନ୍ ଦର ବଢିଚାଲିଛି । ଏବେ ଚିକେନ୍ କିଲୋ ପ୍ରତି ୨୬୦ରେ କିଣି ୨୭୦-୮୦ ଟଙ୍କାରେ ବିକ୍ରି କରୁଥିବା ଭୁବନେଶ୍ୱର ୪ ନମ୍ବର ମାର୍କେଟ୍ ବ୍ୟବସାୟୀ କହିଛନ୍ତି ।

ଫଳରେ ଲାଭ ମିଳୁନାହିଁ, ଗ୍ରାହକ ମଧ୍ୟ ଚିକେନ୍ ଦର ବୁଝି କିଣିବାକୁ ଅମଙ୍ଗ ହେଉଛନ୍ତି । ଚିକେନ ବଦଳରେ ମାଛରେ କାମ ଚଳେଇ ଦେଉଛନ୍ତି । କୁକୁଡାଙ୍କ ଖାଦ୍ୟ ଦର ବୃୃଦ୍ଧି ସାଙ୍ଗକୁ କୁକୁଡା ଚିଆଁ ଦର ବି ବଢିଯାଇଛି । ଏହାସହ ପେଟ୍ରୋଲ ଡିଜେଲ ଦର ବଢିବାରୁ ଟ୍ରାନ୍ସପୋର୍ଟ ଚାର୍ଜ ବଢିଯାଇଛି । ଫଳରେ ଅଧିକ ଦରରେ ଚିକେନ୍ ବିକ୍ରି କରିବାକୁ ବାଧ୍ୟ ହେଉଥିବା ବ୍ୟବସାୟୀ କହିଛନ୍ତି । ମଟନ୍ ଦର ୭୫୦ରୁ ୮୦୦ ଓ ୮୫୦ ଟଙ୍କାରେ ବିକ୍ରି କରାଯାଉଛି । ସେପଟେ ଗ୍ରାମାଂଚଳରେ ଆମିଷ ଦର ଟିକେ କମ୍ ଅଛି । କିନ୍ତୁ ଚିକେନ୍ ଦରରେ ପ୍ରାୟ ୮୦-୯୦ ଟଙ୍କା କମ୍ ରହିଛି । ଗ୍ରାମାଂଚଳରେ ଚିକେନ୍ କିଲୋପ୍ରତି ୧୯୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି ।