ମହାପ୍ରଭୁ ଜଗନ୍ନାଥଙ୍କ ବିକାଶ କାର୍ଯ୍ୟକୁ କେହି ଅଟକାଇପାରିବେନି । ପ୍ରସ୍ତାବିତ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର, ପୁରୀରୁ କେନ୍ଦ୍ରକୁ କଡା ବାର୍ତ୍ତା ଦେଲେ ନବୀନ ।

111

କନକ ବ୍ୟୁରୋ : ପୁରୀରୁ କେନ୍ଦ୍ରକୁ କଡା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଗସ୍ତ ସମୟରେ ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ ଲକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ନବୀନ । ପ୍ରସ୍ତାବିତ ବାଇ ଲକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ନବୀନ କହିଛନ୍ତି । ଏପରିକି କେହି ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ଅଟକାଇ ପାରିବେନି ବୋଲି କହିଛନ୍ତି ନବୀନ ।

ମହାପ୍ରଭୁଙ୍କ ଦର୍ଶନ ପରେ ନବୀନ କହିଛନ୍ତି, କରୋନା ସମୟରେ ପ୍ରଥମ ଥର ପାଇଁ ମନ୍ଦିରକୁ ଆସିଛି । କରୋନା ସମୟରେ ଓଡ଼ିଶାବାସୀ ଯେଉଁ ତ୍ୟାଗ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବୁଲି ବିକାଶ ମୂଳକ କାର୍ଯ୍ୟର ଦେଖିଛନ୍ତି ନବୀନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି ।