ନୋବେଲ ବିଜେତା ମଲାଲାଙ୍କୁ ପସନ୍ଦ ଆସିଲା ଶାହାରୁଖଙ୍କ ଫିଲ୍ମ ଜିରୋ ! କହିଲେ, ଶାହାରୁଖଙ୍କ ସହ ଯେଉଁଦିନ ଦେଖା ହେବ ସେ ଦିନ ତାଙ୍କ ପାଇଁ ସବୁଠୁ ବଡ ଦିନ ହେବ

161

ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜୟୀ ଶାହାରୁଖଙ୍କ ରିଲିଜ୍ ହୋଇଥିବା ଫିଲ୍ମ ଜିରୋକୁ ପୂରା ନମ୍ବର ଦେଇଥିବା ଜଣା ପଡ଼ିଛି । ରିଲିଜ୍ ପରେ ଫିଲ୍ମର କାହାଣୀ ଦର୍ଶକଙ୍କୁ ସେତେଟା ପସନ୍ଦ ଆସୁ ନଥିବା ଦେଖା ଯାଉଥିବା ବେଳେ ଆଗକୁ ଆସି ଜିରୋକୁ ଖୁବ୍ ପ୍ରଶଂସା କରିଛନ୍ତି ମଲାଲା । ଫିଲ୍ମରେ ଶାହାରୁଖଙ୍କ ଅଭିନୟକୁ ସେ ଏବଂ ତାଙ୍କ ପରିବାରର ସଦସ୍ୟ ପସନ୍ଦ କରିଥିବା ବେଳେ ସେ ଶାହାରୁଖଙ୍କୁ ଦେଖା କରିବାକୁ ଇଚ୍ଛା ଜାହିର କରିଛନ୍ତି । ଏନେଇ ଟୁଇଟରରେ ଏକ ଭିଡିଓ ସେୟାର କରାଯାଇଥିବା ବେଳେ ସେଥିରେ ମଲାଲା ଫିଲ୍ମକୁ ନେଇ ନିଜର ମତ ଦେଇଥିବା ଦେଖାଯାଇଛି ।


ଭିଡିଓରେ, ଆପଣଙ୍କ ଫିଲ୍ମ ଦେଖିବା ପରେ ମୁଁ ଏବଂ ମୋ ପରିବାରର ସଦସ୍ୟା ବହୁତ ଖୁସି ହୋଇଥିଲୁ । ଫିଲ୍ମର କିଛି ଦୃଶ୍ୟ ଆମାମାନଙ୍କୁ ଖୁବ୍ ହସାଇଥିଲା । ମୁଁ ଆପଣଙ୍କର ବହୁତ ବଡ଼ ପ୍ରଶଂସକ । ଟୁଇଟରରେ ଆପଣଙ୍କ ସହ କଥା ହୋଇ ମୁଁ ଖୁସି ହେଲି । ମୋର ଆଶା କି, ଆପଣ ଦିନେ ଇଂଲଣ୍ଡ ଆସିବେ ଏବଂ ଆମର ଦେଖା ହେବ । ସେ ଦିନ ମୋ ପାଇଁ ବହୁତ ବଡ଼ ଦିନ ହେବ ବୋଲି ମଲାଲା କହୁଥିବା ଦେଖା ଯାଇଛି ।