ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଘରୁ ଲୁଟ : ନୋବେଲ ପୁରସ୍କାରର ପ୍ରତିକୃତି ଚୋରି କରିନେଲେ ଦୁର୍ବୃତ୍ତ

42

କନକ ବ୍ୟୁରୋ : ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀଙ୍କ ଘରେ ଚୋରୀ । ତାଙ୍କ ଘରୁ ଦୁର୍ବୃତ୍ତମାନେ ନୋବୋଲ ପୁରଷ୍କାରର ରେପ୍ଲିକା ବା ପ୍ରତିକୃତିକୁ ମଧ୍ୟ ଚୋରୀ କରି ନେଇଯାଇଛନ୍ତି । ନୂଆଦିଲ୍ଲୀ କାଲକାଜୀର କୈଳାଶ କଲୋନୀରେ ଥିବା ଆରାଭଲି ଆପାର୍ଟମେଂଟରେ ଚୋରୀ ହୋଇଛି । ସୋମବାର ରାତିରେ ତାଙ୍କ ଘରେ କେହି ନଥିବାବେଳେ କଳାକନା ବୁଲାଇଦେଇଛନ୍ତି ଦୁର୍ବୃତ୍ତ ।

କୈଳାଶଙ୍କ ଘରୁ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସହ ରେପ୍ଲିକାକୁ ଅସଲ ନୋବେଲ ପୁରସ୍କାର ଭାବି ଚୋରମାନେ ଚୋରୀ କରିଥିବା ପୁଲିସ ସନ୍ଦେହ କରୁଛି । କୈଳାଶ ସତ୍ୟାର୍ଥୀ ଏବେ ବିଦେଶରେ ଥିବାରୁ ତାଙ୍କ ଘରେ ତାଲା ପଡିଥିବା ସମୟରେ ଏହି ଚୋରୀ ହୋଇଛି ।

ପ୍ରୋଟୋକଲ ଅନୁଯାୟୀ କୈଳାଶ ସତ୍ୟାର୍ଥୀଙ୍କ ନୋବେଲ ପୁରସ୍କାର ରାଷ୍ଟ୍ରପତି ଭବନରେ ଅଛି । ଆଇପିସି ଧାରା ୩୮୦ଅନୁଯାୟୀ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଫରେନସିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।