ସାହିତ୍ୟରେ ନୋବେଲ ପାଇଁ ଘୋଷଣା । ଆମେରିକା କବୟତ୍ରୀ ଲୁଇସ ଗ୍ଲୁକ ପାଇବେ ନୋବେଲ ।

140

କନକ ବ୍ୟୁରୋ : ସାହିତ୍ୟରେ ୨୦୨୦ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଆମେରିକା କବୟତ୍ରୀ ଲୁଇସ ଗ୍ଲୁକଙ୍କ ନାଁ ନୋବେଲ ପୁରସ୍କାର ପାଇଁ ଘୋଷଣା ହୋଇଛି । ନୋବେଲ କମିଟି ଏନେଇ ଘୋଷଣା କରିଛି । ସାହିତ୍ୟରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ।

ଲୁଇସ ଗ୍ଲୁକ ଏବେ ଲୁଇସ ୟେଲ ୟୁନିଭରସିଟିରେ ଇଂରାଜୀ ପ୍ରଫେସର ଅଛନ୍ତି । ତାଙ୍କ ଜନ୍ମ ୧୯୪୩ ମସିହା ନ୍ୟୁୟର୍କ ସହରରେ ହୋଇଥିଲା ।

୨୦୧୯ରେ ଅଷ୍ଟ୍ରିଆର ପିଟର ହେଡକା ସାହିତ୍ୟରେ ନୋବେଲ ପାଇଥିଲେ । ତେବେ ଇତିହାସରେ ଦୁଇଥର ନୋବେଲ ପୁରସ୍କାର ସ୍ଥଗିତ ହୋଇଛି । ୧୯୪୩ ଓ ୨୦୧୮ରେ ଏହାକୁ ସ୍ଥଗିତ ରଖାଯାଇଥିଲା ।