ଅର୍ଥନୀତି ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ଜାଣନ୍ତୁ, କାହାକୁ କାହାକୁ ମିଳିଲା ଏହି ପୁରସ୍କାର?

91

କନକ ବ୍ୟୁରୋ: ସ୍ୱିଡେନର ନୋବେଲ କମିଟି ଅର୍ଥନୀତି ପାଇଁ ନୋବେଲ ପୁରସ୍କାରର ଘୋଷଣା କରିଛି । ୨୦୨୨ ବର୍ଷ ପାଇଁ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ବେନ୍ ବର୍ନାନକେ, ଡଗଲସ୍ ଡାଇମଣ୍ଡ ଏବଂ ଫିଲିପ୍ ଡାୟବବିଗୋଙ୍କୁ ମିଳିବ । ନୋବେଲ୍ ସମିତିର ସୂଚନା ମୁତାବକ, ଡଗଲସ ଡାଇମଣ୍ଡ ଓ ଫିଲିପ୍ ଡାୟବବିଗୋ ଏକ ସିଦ୍ଧାନ୍ତିକ ମଡେଲର ବିକାଶ କରିଛନ୍ତି, ଯାହାକି ବ୍ୟାଙ୍କ ଗୁଡିକ କାହିଁକି ଅଛନ୍ତି ତାହା ବର୍ଣ୍ଣନା କରୁଛି । ସମାଜରେ ଏହାର ଭୂମିକା କଣ ତାହା ଏଥିରୁ ଜଣାପଡୁଛି ।