ରେଳବିଭାଗର ନୂଆ ନିୟମ ! ଏଣିକି ରେଲୱେର ଏହି ସବୁ ବିଭାଗରେ ଚାକିରି କରିପାରିବେ ନାହିଁ ମହିଳା!

665

ଭାରତୀୟ ରେଳବାଇ ପକ୍ଷରୁ ଏକ ନୂତନ ନିୟମ ଜାରି ହୋବକୁ ଯାଉଛି। ଡିପାର୍ଟମେଣ୍ଟ୍ ଅଫ୍ ପର୍ସନାଲ ଆଣ୍ଡ୍ ଟ୍ରେନିଂ ଅର୍ଜିଂ(ଡିଓପିଟି)କୁ ଭାରତୀୟ ରେଳବାଇ ଲିଖିତ ଆକାରରେ ନିର୍ଦ୍ଦିଷ୍ଟ କେତେକ ଚାକିରି ପାଇଁ କେବଳ ପୁରୁଷମାନଙ୍କୁ ରଖିବା ପାଇଁ ନିବେଦନ କରିଛି। ଯେଉଁ ପଦବୀଗୁଡ଼ିକ ପାଇଁ କେବଳ ପୁରୁଷମାନଙ୍କ ସକାଶେ ନିଯୁକ୍ତି ବାହାର କରିବାକୁ ରେଳବାଇ ନିବେଦନ କରିଛି ତାହା ସବୁ ହେଉଛି ଡ୍ରାଇଭର୍, ପୋର୍ଟର ଗାର୍ଡ ଏବଂ ଗ୍ୟାଙ୍ଗମ୍ୟାନ। ଏହା ହେଉଛି ସଂପୂର୍ଣ୍ଣ ନୂଆ ନିୟମ, ଯେଉଁଠାରେ କି ମହିଳାମାନଙ୍କୁ ଆବେଦନ କରିବାର ସୁଯୋଗ ମିଳିବ ନାହିଁ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ମହିଳାମାନଙ୍କ ସୁରକ୍ଷା ଓ ସୁବଧାକୁ ଲକ୍ଷ୍ୟ କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୂର୍ବରୁ ଏହି ପଦରେ ଥିବା ମହିଳାମାନଙ୍କ ପକ୍ଷରୁ ଅନେକ ଅଭିଯୋଗ ଆସିବା ପରେ ରେଳବାଇ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଡ୍ରାଇଭର୍, ଗାର୍ଡ ଏବଂ ଟ୍ରାକମ୍ୟାନ ଭାବେ ଚାକିରି ପାଇଥିବା ମହିଳାମାନେ ଗୁଡ଼ାଏ ଅଭିଯୋଗ ଆଣୁଥିବା ସୂଚନା ରହିଛି।