ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକକୁ ନା । ସେଣ୍ଟର ଫର୍ ଏନଭର୍ଣ୍ଣମେଣ୍ଟାଲ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦିଆଗଲା ସଚେତନତା ବାର୍ତ୍ତା

45

ପ୍ଲାଷ୍ଟିକ୍ ପ୍ରଦୂଷଣର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକରେ ସଚେତନତା ସୃଷ୍ଟି କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଥିବା ସେଣ୍ଟର ଫର୍ ଏନଭର୍ଣ୍ଣମେଣ୍ଟାଲ ଷ୍ଟଡିଜ୍ (ସି.ଇ.ଏସ୍) ଦ୍ୱାରା ୦୩.୦୭.୨୦୨୨ରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବିଡିଏ କଲୋନୀ, ଚନ୍ଦ୍ରଶେଖରପୁର ଏବଂ ଶ୍ରୀ ଅରୋବିନ୍ଦୋ ସ୍କୁଲ ଅଫ୍ ଇଣ୍ଟିଗ୍ରାଲ୍ ଏଜୁକେସନ୍, ରସୁଲଗଡରେ ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଇଥିଲା ।
ଶ୍ରୀ ରାଜୀବ କୁମାର, ଆଇ.ଏଫ.ଏସ୍, ପିସିସିଏଫ୍ ତଥା- ନିର୍ଦ୍ଦେଶକ, ସି.ଇ.ଏସଙ୍କ ନିର୍ଦ୍ଦେଶନାରେ ଏହି ପ୍ରୋଗ୍ରାମରେ ସି.ଇ.ଏସର ଶ୍ରୀ ପ୍ରଭାତ ଦାସ, କାର୍ଯକ୍ରମ ଅଧିକାରୀ, ଶ୍ରୀ ପ୍ରଶାନ୍ତ ନାୟକ, ସୂଚନା ଅଧିକାରୀ, ପ୍ରୋଜେକ୍ଟ ଅଫିସର ଶ୍ରୀମତି ସ୍ୱାଗତିକା ମିଶ୍ର, ରାଜେଶ ମହନ୍ତ ଓ ଭରତ ଜେନା ଉପସ୍ଥିତ ଥିଲେ ।
ଇକୋ-କ୍ଲବ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଉପରେ ସି.ଇ.ଏସ୍ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିଛି । ଅତିଥିମାନେ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ଲଖିଲେ ଯେ, ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଜିନିଷ ଗୁଡିକ ବର୍ଜ୍ୟବସ୍ତୁର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାର ବହୁଳ ବ୍ୟବହାର ଯୋଗୁଁ ପରିବେଶ ପ୍ରତି ନକରାତ୍ମକ ପ୍ରଭାବ ସୃଷ୍ଟି କରୁଛି । ଏହା ଜୈବ ବିଘଟନକ୍ଷମ ନୁହେଁ । ଏହି ବର୍ଜ୍ୟବସ୍ତୁକୁ ମାଟିରେ ଖୋଲା ପକାଇବା ଦ୍ୱାରା ମୁର୍ତ୍ତିକା ପ୍ରଦୂଷଣ ହୋଇଥାଏ ଓ ଖୋଲା ଜଲିବା ଦ୍ୱାରା ବାୟୁରେ ବିଷାକ୍ତ ଧୂଆଁ ବାହାରି ବାୟୁ ପ୍ରଦୂଷଣ ହୁଏ । ତେଣୁ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଆଜିଠାରୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ନିଷେଧ କରି ଏକ ଉତ୍ତମ ଓ ସୁସ୍ଥ ପରିବେଶ ଗଠନ କରିବା ।
ଛାତ୍ରଛାତ୍ରୀ ଏକ ରାଲିରେ ଅଂଶଗ୍ରହଣ କରିଥିଲେ ଏବଂ ପାମ୍ପଲେଟ୍ ବଣ୍ଟନ କରିଥିଲେ ଏହା ସହିତ କପଡାରେ ନିର୍ମିତ ବ୍ୟାଗ୍ ଧରି ଲୋକମାନଙ୍କୁ କୌଣସି ପରିସ୍ଥିତିରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନକରିବାକୁ ଅନୁରୋଧ କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ଏବଂ ଇକୋ କ୍ଲବ୍ ଛାତ୍ରମାନେ ବୃକ୍ଷ ଗୁଡିକର ଯତ୍ନ ନେବେ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ