ରାଜ୍ୟରେ ହେବନି ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ। କେବିକେରେ କୃଷି ବିଶ୍ୱବିଦ୍ୟାଳୟର ପ୍ରସ୍ତାବ ନଥିବା ସ୍ପଷ୍ଟ କଲେ ମନ୍ତ୍ରୀ।

178

କନକ ବ୍ୟୁରୋ: କେବିକେରେ ହେବନି କୃଷି ବିଶ୍ୱବିଦ୍ୟାଳୟ । ଗୃହରେ ଏଭଳି ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ । ଏନେଇ କୌଣସି ପ୍ରସ୍ତାବ ମଧ୍ୟ ବିଚାରାଧୀନ ନାହିଁ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । କେବିକେ ଅଞ୍ଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ନେଇ ଯେଉଁ ଆଲୋଚନା ହେଉଥିଲା ତାହା ଫସର ଫାଟିଛି । ସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି ।