ନାଇଟ୍ କର୍ଫ୍ୟୁର ନାହିଁ କୌଣସି ବୈଜ୍ଞାନିକ ଆଧାର : ଡବ୍ଲୁଏଚ୍ଓ ମୁଖ୍ୟ ବୈଜ୍ଞାନିକ କହିଲେ, ଭାରତ ପରି ଦେଶରେ କରୋନାକୁ ରୋକିପାରିବନି ରାତ୍ରିକାଳୀନ କର୍ଫ୍ୟୁ

 ସଂକ୍ରମଣ ବଢୁଥିବାରୁ ଭୟଭୀତ ହୁଅନି, ସତର୍କ ରୁହ

176

କନକ ବ୍ୟୁରୋ : ନାଇଟ୍ କର୍ଫ୍ୟୁର ନାହିଁ କୌଣସି ବୈଜ୍ଞାନିକ ଆଧାର । ଡବ୍ଲୁଏଚ୍ଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଲେ, ଭାରତ ପରି ଦେଶରେ କରୋନାକୁ ରୋକିପାରିବନି ରାତ୍ରିକାଳୀନ କର୍ଫ୍ୟୁ । ଦେଶରେ ସଂକ୍ରମଣ ବଢୁଥିବାରୁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, ମନୋରଂଜନ ସ୍ଥାନମାନଙ୍କରେ ଅଧିକ ସଂକ୍ରମଣ ବ୍ୟାପିପାରେ । ସେଠାରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ରହିଛି । ଏବେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନେକ ରାଜ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ।

ସେପଟେ, ଓମିକ୍ରନ ଆସିବା ପରେ ଭାରତରେ କରୋନାର ୩ୟ ଲହର ଆସିବା ନେଇ ଆଶଙ୍କା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ତେବେ ଦେଶର ଜଣାଶୁଣା ଭୂତାଣୁ ବିଶେଷଜ୍ଞ ଡ.ଗଗନଦୀପ କାଙ୍ଗ୍ ଏକ ଚିନ୍ତାଜନକ କଥା କହିଛନ୍ତି । ସେ କହିଛନ୍ତି ଯେ ଆଗକୁ କରୋନା ଭୁତାଣୁର ନୂଆ ନୂଆ ପ୍ରଜାତି ଆସିବ । ଏହା ଫଳରେ ଆହୁରି ଅନେକ ଲହର ଆସିବ । ଏଣୁ ଆମକୁ କରୋନା ସହିତ ଖାପ ଖୁଆଇବାକୁ ପଡ଼ିବ ।

ତେବେ ସେ କହିଛନ୍ତି ଯେ, ଆଶ୍ବସ୍ତିର କଥା ହେଉଛି ଅନ୍ୟ ଭାରିଆଣ୍ଟ ବା ପ୍ରଜାତିଗୁଡ଼ିକ ତୁଳନାରେ ଓମିକ୍ରନ ସେତେଟା ଗୁରୁତର ଅସୁସ୍ଥ କରେ ନାହିଁ । ଅନ୍ୟପକ୍ଷରେ ସେ କହିଛନ୍ତି ଯେ ଶିଶୁମାନଙ୍କ ଉପରେ କରୋନାର କମ୍ ପ୍ରଭାବ ପଡ଼ୁଛି । ଏଣୁ ସେମାନଙ୍କୁ ସ୍କୁଲକୁ ପଠାଯିବା ଉଚିତ । କେଉଁ ଟିକା ୩ୟ ଡୋଜ ପାଇଁ ବ୍ୟବହାର ହେବା ଉଚିତ ? ସେ ସମ୍ପର୍କରେ ସେ କହିଛନ୍ତି ଯେ, ଏ ସମ୍ପର୍କରେ ତଥ୍ୟ ବା ଡାଟା କମ ଥିବାରୁ ଏବେ ଠାରୁ କୁହାଯାଇପାରିବ ନାହିଁ ।