କନକ ବ୍ୟୁରୋ : ଗ୍ରାମାଂଚଳର ଗମନାଗମନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ୱାଧିନତାର ୭ ଦଶନ୍ଧି ପରେ ବି ପୁରା ଜିଲ୍ଲା ପିପିଲର ବିଲମଳିକ ସାହିକୁ ରାସ୍ତା ନାହିଁ । ତେଣୁ ଲୋକେ ଏଥର ରାସ୍ତା ନାହିଁ ତ ଭୋଟ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଗାଁକୁ ଶୀଘ୍ର ରାସ୍ତା କରାନଗଲେ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ବିଲମଳିକ ସାହିର ଲୋକେ କହିଛନ୍ତି । ବିଲମଳିକ ସାହିରେ ପ୍ରାୟ ୪୦ ପରିବାର ଦୀର୍ଘ ୬୦ ବର୍ଷ ହେଲା ରହି ଆସୁଛନ୍ତି ।

Advertisment

ଗାଁରାସ୍ତା କହିଲେ କେବଳ ବିଲ ହୁଡା ଓ ଡ୍ରେନ ବିଭାଗର ବନ୍ଧ ଉପରେ ଯିବା ଆସିବା କରୁଛନ୍ତି ଲୋକେ । ଅସରାଏ ବର୍ଷା ହେଲେ ମାଟି ରାସ୍ତା ସଂପୂର୍ଣ୍ଣ ପଙ୍କ କାଦୁଅରେ ଭାସିଯାଏ । ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ । ଅଳ୍ପ ବର୍ଷା ହେଲେ ପିଲାଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଏ । ଗାଁକୁ ପକ୍କା ରାସ୍ତା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ କୌଣସି ସୁଫଳ ମିଳୁ ନାହିଁ । ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଏବେ ଗ୍ରାମବାସୀ ଆଗାମୀ ୨୦୨୪ ନିବ ର୍ାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।