କନକ ବ୍ୟୁରୋ : ବେଗୁନିଆ ତହସିଲ ଅନ୍ତର୍ଗତ ବୋତଳମା ପଂଚାୟତର ରକତପାଟଣା ଗାଁରେ ଗତ ନଭେମ୍ବର ୧୪ ତାରିଖରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ସହାୟତା ମିଳିନଥିବାରୁ ଗାଁରେ ଅସନ୍ତୋଷ ସୃଷ୍ଟି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନଭେମ୍ବର ୧୪, ଦୀପାବଳି ରାତିରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ରୀଧର ମହାପାତ୍ର, ମନୋରଂଜନ ମହାପାତ୍ର, ମନୋଜ ମହାପାତ୍ର, ବାସନ୍ତୀ ମହାପାତ୍ର, କୌଶଲ୍ୟା ମହାପାତ୍ରଙ୍କ ୫ ବଖରା ପୋଡ଼ି ଯାଇଥିଲା । ପଂଚାୟତ ଓ ବ୍ଲକ କର୍ତୃପକ୍ଷ ଅଗ୍ନିକାଣ୍ଡପରେ ସରଜମିନ ତଦନ୍ତ କରି ସରକାରଙ୍କ ଅଗ୍ନିକାଣ୍ଡ ବିପନ୍ନଙ୍କୁ ଦିଆଯାଉଥିବା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ପ୍ରାୟ ୩ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ କୌଣସି ସହାୟତା ମିଳିନାହିଁ । ଏନେଇ ବାରମ୍ବାର ବ୍ଲକ ଓ ରାଜସ୍ୱ ବିଭାଗ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଓ ସେମାନଙ୍କ କଥା କେହି ଶୁଣୁନଥିବା କ୍ଷତିଗ୍ରସ୍ତ ଅଭିଯୋଗ କରିଛନ୍ତି ।