କଥା ରଖିଲା, ମ୍ୟାଚ ଦେଖିଲା ! ଆକାଶରେ ଚେୟାର ପକାଇ ମନ ଭରି ମ୍ୟାଚ ଦେଖୁଛି ବର୍ଷା…

ମାଞ୍ଚେଷ୍ଟରରେ ପ୍ରବଳ ବର୍ଷା: ଆକାଶରୁ ନୁହେଁ, ବ୍ୟାଟରୁ...

232

କନକ ବ୍ୟୁରୋ: ମହାମୁକାବିଲାକୁ ମନ ଭରି ଦେଖୁଛି ବର୍ଷା । ମାଞ୍ଚେଷ୍ଟର ଆକାଶରେ ପେଡି ପୁଟୁଳା ବାନ୍ଧି ପଡିଆକୁ ଚାହିଁଛି ବର୍ଷା । ବିଶ୍ୱକପର ବଡ ମ୍ୟାଚ ଉପରେ ସାରା ବିଶ୍ୱର ନଜର ଥିବା ବେଳେ ଆକାଶ ଉପରୁ ଆଖି ଫାଡି ଫାଡି ଦେଖୁଛି ବର୍ଷା । ଭାରତ ଭଲ ପ୍ରଦର୍ଶନ କରୁ ଆଉ ସପ୍ତମ ଥର ପାଇଁ ପାକିସ୍ତାନକୁ ପରାଜିତ କରି ସମ୍ରାଟ ହେଉ ଏକଥା ସବୁ କ୍ରିକେଟ ପ୍ରେମୀ ଆଶା ବାନ୍ଧିଛନ୍ତି । ମ୍ୟାଚ ମଝିରେ ବର୍ଷା ନହେଉ ଆଜି ଦିନ ସାରା ସମସ୍ତେ ଭଗବାନଙ୍କୁ ଏହି ଗୁହାରୀ କରିଥିବା ବେଳେ ବର୍ଷା କଥା ରଖିଛି । ଯଦିଓ ସକାଳେ ବର୍ଷା କେଇମାତ୍ରାରେ ହୋଇଥିଲା ମାତ୍ର ମ୍ୟାଚ ଆରମ୍ଭ ହେବା ପର ଠାରୁ ବର୍ଷାର ଦେଖା ଦର୍ଶନ ନାହିଁ । ବୋଧେ ଆକାଶରେ ଚେୟାରଟେ ପକାଇ ଖେଳ ଦେଖୁଛି ବର୍ଷା ।


ମ୍ୟାଚ ଆରମ୍ଭରୁ ସର୍ଫରାଜ ସେନାର ପ୍ରତିଟି ବଲର କଡା ଜବାବ ଦେଇଛି ଭାରତ । ରୋହିତ-ରାହୁଲଙ୍କ ରାଜ ପଡିଆରେ ଚାଲିବା ପରେ ଚମକି ପଡିଛି ବର୍ଷା । ରାହୁଲ ଅର୍ଦ୍ଧଶତକ କରି ପାଭିଲିୟନକୁ ଫେରି ଯାଇଥିବା ବେଳେ ରୋହିତ ପଡିଆରେ ରାଜୁତି କରି ଆଉଟହୋଇଛନ୍ତି । ରୋହିତଙ୍କ ରାଜୁତିକୁ ମଝି ଆକାଶରେ ରହି ମନ ଭରି ଦେଖୁଥିଲା ବର୍ଷା । ବୋଧହୁଏ ରୋହିତ ଶର୍ମାଙ୍କ ଛକା ଚୌକା ବର୍ଷା ଦେଖି ନିଜକୁ ଆକାଶରେ ଅଟକାଇ ଦେଇଛି ବର୍ଷା ଆଉ ରୋହିତଙ୍କ ବଡ ବଡ ଛକାକୁ ଆକାଶରେ ରହି କ୍ୟାଚ ଧରିବାକୁ ଚେଷ୍ଟା କରୁଛି ।


ତେବେ ସବୁ ଠାରୁ ବଡ କଥା ହେଉଛି ଚଳିତ ବିଶ୍ୱକପରେ ୪ଟି ମ୍ୟାଚ ବର୍ଷା କାରଣରୁ ଧୋଇ ଯାଇଥିବା ବେଳେ ଆଜି କିନ୍ତୁ ବର୍ଷା ଏଯାଏଁ ବାଧା ଦେଇନି । ଭାରତ-ପାକ ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିବ ସମସ୍ତଙ୍କର ଏହି ଆଶଙ୍କା ଥିବା ବେଳେ ଆଜି ସକାଳର ବର୍ଷା ମନରେ ଆଶଙ୍କାକୁ ଦେଢ଼ଗୁଣା କରିଥିଲା । ହେଲେ ପଡିଆରେ ଏଯାଏଁ ବର୍ଷା କୌଣସି ବାଧା ଦେଇନଥିବାରୁ ସମସ୍ତେ ଭଗବାନ ଓ ବର୍ଷାକୁ ଧନ୍ୟବାଦ ଦେଇଛନ୍ତି ।