ସରପଞ୍ଚ ପଦବୀ ପାଇଁ କେହି କଲେନି ନାମାଙ୍କନପତ୍ର ଦାଖଲ । ପଦବୀ ସଂରକ୍ଷଣ ବିରୋଧରେ ଅଭିନବ ପ୍ରତିବାଦ କଲେ ପଞ୍ଚାୟତବାସୀ ।

237

କନକ ବ୍ୟୁରୋ : ପଞ୍ଚାୟତ ରଚିଲା ଇତିହାସ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପଞ୍ଚାୟତରେ କେହି ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସରପଞ୍ଚ ପଦବୀ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାନ୍ତି । ଏମିତି ରୋଚକ ଘଟଣା ଦେଖିବାକୁ ମିଳିଛି, ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କାଦରାୟଁ ପଞ୍ଚାୟତରେ ।

ସୂଚନା ଅନୁସାରେ ୧୮ଟି ୱାର୍ଡକୁ ନେଇ ଗଠିତ କାଦରାୟଁ ପଞ୍ଚାୟତରେ ସରପଞ୍ଚ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ହୋଇଥିଲା । ତେଣୁ ପଞ୍ଚାୟତବାସୀ ସରପଞ୍ଚ ପଦବୀ ପାଇଁ ଘୋଷଣା ହୋଇଥିବା ସଂରକ୍ଷଣ ବଦଳାଇବାକୁ ହାଇକୋର୍ଟକୁ ଯାଇଥିଲେ । କିନ୍ତୁ ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତନ ନହେବାରୁ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ ନକରିବାକୁ ପଞ୍ଚାୟତବାସୀ ନିଷ୍ପତି ନେଇଥିଲେ । ଆଉ ଜଣେ ବି ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ କରିନାହାନ୍ତି ।ଅନ୍ୟପଟେ ସମିତି ସଭ୍ୟ, ୱାର୍ଡ ମେମ୍ବର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ, କାରଣ ଏହି ପଦବୀ ପାଇଁ ଅନ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାନ୍ତି ।