ଘରେ ବସି ସାହାର ରିଫଣ୍ଡ ପୋର୍ଟାଲରେ କରିପାରିବେ ଆବେଦନ, ଏଜେଣ୍ଟଙ୍କର ନାହିଁ କୌଣସି ଆବଶ୍ୟକତା । ଜାଣନ୍ତୁ ଆବେଦନର ପ୍ରକ୍ରିୟା ।

ଘରେ ବସି ସାହାର ରିଫଣ୍ଡ ପୋର୍ଟାଲରେ କରିପାରିବେ ଆବେଦନ, ଏଜେଣ୍ଟଙ୍କର ନାହିଁ କୌଣସି ଆବଶ୍ୟକତା । ଜାଣନ୍ତୁ ଆବେଦନର ପ୍ରକ୍ରିୟା ।

କନକ ବ୍ୟୁରୋ : ସରକାର ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିବା ପରେ ଜମାକାରୀଙ୍କ ଖୁସି ଏବେ କହିଲେ ନସରେ । ଜମାକାରୀ ପୋର୍ଟାଲରେ ନିବେଶ ବାବଦରେ ସମସ୍ତ ତଥ୍ୟ ଦେବା ପରେ ଏହାର ଯାଞ୍ଚ ହୋଇଥାଏ । ଯାଞ୍ଚ ଶେଷ ହେବାର ୪୫ ଦିନ ମଧ୍ୟରେ ଜମାକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ତେବେ ସବୁଡୁ ବଡ କଥା ହେଉଛି ଏଥିପାଇଁ ଜମାକାରୀଙ୍କୁ କୌଣସି ଏଜେଣ୍ଟଙ୍କର ସହାୟତା ଆବଶ୍ୟକ ପଡିବନି । ବରଂ ଘରେ ବସି ଏହି ପୋର୍ଟାଲରେ ଅ।।ବେଦନ କରିପାରିବେ ଜମାକାରୀ ।

ରିଫଣ୍ଡ ପୋର୍ଟାଲ ଲଞ୍ଚ ହେବା ପରେ ଜାଣିବାକୁ ମିଳିଛି ଯେ, ପ୍ରଥମ ପର୍ଯ୍ୟାୟରେ ୪ କୋଟି ନିବେଶକଙ୍କୁ ସେମାନଙ୍କର ଟଙ୍କା ମିଳିବ । ଯେଉଁମାନଙ୍କର ନିବେଶ ଅବଧି ପୂରା ହୋଇ ସାରିଛି ସେମାନଙ୍କୁ ଟଙ୍କା ମିଳିବ । ପ୍ରଥମ ପର୍ଯ୍ୟାୟରେ ସେହି ନିବେଶକଙ୍କର ଟଙ୍କା ଫେରସ୍ତ କରାଯିବ ଯେଉଁମାନଙ୍କର ନିବେଶ ୧୦୦୦୦ ଟଙ୍କା ରହିଛି । ଅଧିକ ନିବେଶ ଥିଲେ ମଧ୍ୟ ସର୍ବାଧିକ ୧୦୦୦୦ ଟଙ୍କା ଫେରସ୍ତ ମିଳିବ । ଏହିଭଳି ଭାବେ ମୋଟ ୫ ହଜାର କୋଟି ଟଙ୍କା ଫେରସ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସାହାରା ରିଫଣ୍ଡ ପୋର୍ଟାଲରେ ଆବେଦନ କରିବାର ପ୍ରକ୍ରିୟା ବେଶ ସରଳ । ଏଥିରେ ଆବେଦନ କରିବାକୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡିବନି କି କୌଣସି ଏଜେଣ୍ଟଙ୍କର ଆବଶ୍ୟକତା ପଡିବନି । ଜମାକାରୀ ନିଜେ ଏହି ପୋର୍ଟାଲ ଖୋଲି ନାଁ ପଞ୍ଜିକରଣ କରିପାରିବେ । ଥରେ ନାଁ ପଞ୍ଜିକରଣ ହେବା ପରେ ଦେଇଥିବା କାଗଜପତ୍ରର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ୪୫ ଦିନର ପ୍ରକ୍ରିୟା ପରେ ଟଙ୍କା ଆକାଉଣ୍ଟକୁ ଆସିବ । ଯଦି ଜମାକାରୀଙ୍କୁ ଆବେଦନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ତେବେ ସ୍ଥାନୀୟ ସିଏସସିକୁ ଯାଇ ମଧ୍ୟ ଆବେଦନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe