ଷ୍ଟେଟବ୍ୟାଙ୍କର ୪ଟି ଆକାଉଣ୍ଟ ପାଇଁ ଦରକାର ପଡିବନି ସର୍ବନିମ୍ନ ଜମାରାଶି! ଜାଣନ୍ତୁ କେଉଁ ଆକାଉଣ୍ଟ ଖୋଲିଲେ ଲାଭରେ ରହିବେ ଆପଣ

127

ଗତ କିଛିଦିନ ପୂର୍ବେ ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ବ୍ୟାକିଙ୍ଗ କ୍ଷେତ୍ରରେ ବିଭିନ୍ନ ନିୟମରେ ପରିବର୍ତ୍ତନ ଆଣିଥିଲା । ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟବା ଖାତାରେ ଗ୍ରାହକଙ୍କୁ ସର୍ବନିମ୍ନ ଜମାରାଶି ରଖିବାକୁ ନୂଆ ନିୟମ ଆଣିଥିଲା ଏସବିଆଇ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆକାଉଣ୍ଟ ପାଇଁ ଭିନ୍ନ ଭିନ୍ନ ଅର୍ଥରାଶି ରଖିବାକୁ ସ୍ଥିର କରିଥିଲା ବ୍ୟାଙ୍କ । ନଚେତ୍ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡିବ ବୋଲି ଘୋଷଣା କରିଥିଲା ଏସବିଆଇ । ସେତେବେଳେ ଏହି ନୂଆ ନିୟମକୁ ନେଇ ଜୋରଦାର ଆଲୋଚନା ହୋଇଥିଲା । ଗ୍ରାହକଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବ୍ୟାଙ୍କ ସର୍ବନିମ୍ନ ଚାର୍ଜ ଉପରେ ପୁଣିଥରେ ରିଭ୍ୟୁ ଆରମ୍ଭ କରିଛି । ଏହି ଆଲୋଚନାରେ ଖାତାରେ ସର୍ବନିମ୍ନ ଟଙ୍କା ନ ରଖିଲେ ନିଆ ଯାଉଥିବା ଅତିରିକ୍ତ ଚାର୍ଜକୁ ପ୍ରତ୍ୟାହାର କରାଯିବ ନା ନାହିଁ ସେନେଇ ନିଷ୍ପତି ନିଆଯିବ ।

state bankଏସବିଆଇର ଏହି ନୂଆ ନିୟମ ସାଧାରଣ ଲୋକଙ୍କୁ ହଇରାଣରେ ପକାଉଛି । ତେଣୁ ଅନେକ ଲୋକ ଏହି ନିୟମକୁ ପରିବର୍ତ୍ତନ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛନ୍ତି । ତେବେ ଯଦି ଆପଣ ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ଜମାରାଶି ରଖିବାକୁ ସକ୍ଷମ ହେଉ ନାହାନ୍ତି ଓ ଏହି ନୂଆ ନିୟମରୁ ବଞ୍ଚିବାକୁ ଚାହୁଁଥାନ୍ତି ତେବେ ତାହା ପାଇଁ ମଧ୍ୟ ଏକ ସରଳ ଉପାୟ ରହିଛି । ଯାହାଦ୍ୱାରା ଆପଣ ବ୍ୟାଙ୍କକୁ ଅତିରିକ୍ତ ଚାର୍ଜ ଦେବାରୁ ରକ୍ଷା ପାଇ ପାରିବେ ।

ଏସବିଆଇରେ ଏପରି କିଛି ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ରହିଛି ଯେଉଁ ଖାତାରେ ଆପଣଙ୍କୁ ସର୍ବନିମ୍ନ ଜମାରାଶି ନ ରଖି ମଧ୍ୟ ଅନ୍ୟ ଖାତା ଭଳି ସୁବିଧା ପାଇପାରିବେ ।ତେବେ ଏଥିପାଇଁ ଆପଣଙ୍କ ସାଧାରଣ ସଞ୍ଚୟ ଖାତାକୁ ଅନ୍ୟ ଆକାଉଣ୍ଟକୁ ବଦଳି କରିବାକୁ ପଡିବ ।

ସେଭିଙ୍ଗସ୍ ଆକାଉଣ୍ଟକୁ ଅନ୍ୟ ଖାତାରେ ରୂପାନ୍ତରିତ କରିବା ପାଇଁ ଆପଣଙ୍କୁ ବେଶି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିପାଇଁ ଏସବିଆଇର ଶାଖାକୁ ଯାଇ ଖାତା ବଦଳାଇବା ପାଇଁ ଏକ ଦରଖାସ୍ତ ଦେବାକୁ ପଡିବ । ଏବଂ ଏହାକୁ ବ୍ୟାଙ୍କ କତ୍ତୃପକ୍ଷ ଯାଞ୍ଚ କରି ଅନ୍ୟ ଏକ ଖାତାକୁ ବଦଳି କରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ବ୍ୟାଙ୍କ ଖାତା ବିଷୟରେ ଯେଉଁ ଖାତାରେ ସର୍ବନିମ୍ନ ଜମାରାଶି ରଖିବାକୁ କୌଣସି ସର୍ତ୍ତ ନଥାଏ ।

ru pay cardବେସିକ ସେଭିଙ୍ଗସ ଡିପୋଜିଟ ଆକାଉଣ୍ଟ : ସାଧାରଣ ସେଭିଙ୍ଗସ୍ ଆକାଉଣ୍ଟ ଭଳି ଏହି ଖାତାରେ ମଧ୍ୟ ଆପଣ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ । ତା ଛଡା ଏହି ଆକାଉଣ୍ଟ ପାଇଁ ଏସବିଆଇର ରୂପେ ଡେବିଟ କାର୍ଡ ମଧ୍ୟ ମିଳିଥାଏ । ଏହି ଡେବିଟ କାର୍ଡ ପାଇଁ ଆପଣଙ୍କୁ କୌଣସି ବାର୍ଷିକ ଚାର୍ଜ ଦେବାକୁ ପଡିନଥାଏ । ଏହି ଖାତା ଆପଣ ଏସବିଆଇର ଯେ କୌଣସି ଶାଖାକୁ ଯାଇ ଖୋଲି ପାରିବେ । କେବଳ ଏତିକି ନୁହେଁ ଅନ୍ୟ ଅକାଉଣ୍ଟରେ ମିଳୁଥିବା ସୁଧର ସୁବିଧା ମଧ୍ୟ ଏହି ଆକାଉଣ୍ଟରେ ଆପଣ ପାଇ ପାରିବେ ।

ଜନଧନ ଆକାଉଣ୍ଟ : ସେହିପରି ଅନ୍ୟ ଏକ ଆକାଉଣ୍ଟ ହେଉଛି ଜନଧନ ଆକାଉଣ୍ଟରେ ଖୋଲା ଯାଇଥିବା ଖାତା । ଏହି ଖାତାରେ ସର୍ବନିମ୍ନ ଜମାରାଶି ରଖିବା ନେଇ କୌଣସି ନିୟମ ନାହିଁ । ଏସବିଆଇ ୱେବସାଇଟ ମୁତାବିକ ମାଗଣାରେ ଏହି ଖାତା ଖୋଲିଥିବା ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କାର ଜୀବନ ବୀମା ମଧ୍ୟ ମିଳିଥାଏ । ଜନଧନ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତି ରୂପେ ଡେବିଟ କାର୍ଡର ସୁବିଧା ମଧ୍ୟ ପାଇପାରିବେ ।

sbi 2କ୍ଷୁଦ୍ର ଆକାଉଣ୍ଟ : ଯଦି ଆପଣଙ୍କ ପାଖରେ ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଆବଶ୍ୟକୀୟ କାଗଜପତ୍ର ନାହିଁ ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । ଏହା ବଦଳରେ ଆପଣ ଏସବିଆଇରେ କ୍ଷୁଦ୍ର ଆକାଉଣ୍ଟ ମଧ୍ୟ ଖୋଲି ପାରିବେ । ଏଥିପାଇଁ ଆପଣଙ୍କୁ ବେଶି ଡକ୍ୟୁମେଣ୍ଟସର ମଧ୍ୟ ଆବଶ୍ୟକତା ପଡିବ ନାହିଁ । ତା ଛଡା ଏହି ଖାତାରେ ସର୍ବନିମ୍ନ ଜମାରାଶି ରଖିବାକୁ କୌଣସି ନିୟମ ନାହିଁ । କିନ୍ତୁ ଏହି ଖାତାରେ ଗ୍ରାହକ ମାତ୍ର ୫୦ ହଜାର ଟଙ୍କା ରଖି ପାରିବେ । ତା ଠାରୁ ଅଧିକ ଜମାରାଣି ରଖିପାରିବେ ନାହିଁ ।

ଏସବିଆଇ ସାଲାରି ଆକାଉଣ୍ଟ : ଚାକିରିଆ ମାନେ ଏସିବିଆଇରେ ଖୋଲିଥିବା ସାଲାରି ଆକାଉଣ୍ଟ ପାଇଁ କୌଣସି ସର୍ବନିମ୍ନ ଜମାରାଶି ରଖିବାର ସର୍ତ୍ତ ନାହିଁ । ତେବେ ବଡ ବଡ କମ୍ପାନି ତରଫରୁ କର୍ମଚାରୀଙ୍କ ପାଇଁ ଏଭଳି ଆକାଉଣ୍ଟ ଖୋଲା ଯାଇଥାଏ । ତେଣୁ ଯଦି ଆପଣଙ୍କ ପାଖରେ ଏସବିଆଇର ସାଲାରି ଆକାଉଣ୍ଟ ଅଛି ତେବେ ଖାତାରେ ସର୍ବନିମ୍ନ ଜମାରାଶି ରଖିବାକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ ।
ସୌଜନ୍ୟ- ଆଜତକ୍