ସ୍ୱଚ୍ଛତାର ସହ ହୋଇଛି ଏଏସଓ ପରୀକ୍ଷା, ଚୂଡାନ୍ତ ଫଳାଫଳ ପ୍ରକାଶ ପରେ ମାର୍କଲିଷ୍ଟ କରାଯିବ ଅପଲୋଡ । ପରୀକ୍ଷାରେ ଦୁର୍ନୀତି ହୋଇନଥିବା ନେଇ ସ୍ପଷ୍ଟ କଲେ ଓପିଏଏସି ଅଧ୍ୟକ୍ଷ ।

205

କନକ ବ୍ୟୁରୋ : ଏଏସଓ ପରୀକ୍ଷାରେ ଅନିୟମିତତା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହାକୁ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୋକ୍ତି ରଖିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏଏସଓ ପରୀକ୍ଷା ସ୍ୱଚ୍ଛ ଭାବେ ହୋଇଛି । ବ୍ୟାପକ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେ ସତ୍ୟଜିତ ମହାନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୬ ନିୟମ ଅନୁସାରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଲିଷ୍ଟ ଓ ଆନସର କି’ କରାଯିବ ଅପଲୋଡ । ଏପରିକି ଏଏସଓ ପରୀକ୍ଷାକୁ ନେଇ ଯାହା ବି ଅଭିଯୋଗ ରହିଛି ତାହ ଉପରେ ପଦକ୍ଷେପ ନେବୁ ବୋଲି ସତ୍ୟଜିତ୍ କହିଛନ୍ତି । ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଦେଖି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସତ୍ୟଜିତ ।