କୋଟିଆ ଓଡ଼ିଶାର ରହିଥିଲା, ଏହା ଓଡ଼ିଶାର ହିଁ ରହିବ । ଆନ୍ଧ୍ରର ଅନୁପ୍ରବେଶକୁ ବରଦାସ୍ତ କରାଯିବନି : କୋରାପୁଟ ଜିଲ୍ଲାପାଳ

110

କନକ ବ୍ୟୁରୋ : ଓଡ଼ିଶାରେ ଆନ୍ଧ୍ରର ହସ୍ତକ୍ଷେପ ବା ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ । କୋଟିଆରେ ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଜାରି ରହିବ । କୋଟିଆର ନେରେଡିୱାଲସା ସମେତ ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ ଜାରି ରହିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି ।

ଗତ ୧୮ ତାରିଖରେ ଆନ୍ଧ୍ରର ସାଲୁର ମଣ୍ଡଳ ଓ ସାରିକି ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ ଅଧିକାରୀ ଆସି ନେରେଡିୱାଲସାରେ ପାନୀୟ ଜଳ ଯୋଗାଣ ବନ୍ଦ କରିବା ପାଇଁ କହିଥିଲେ । ଗାଁରେ ପାଇପ ବିଛାଇବା ପାଇଁ ରାସ୍ତାରେ ଖନନ କାମ ଚାଲିଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଅନୁପ୍ରବେଶ କରିଥିଲେ । ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କାମ କଲେ ପରିଣତି ଭୋଗିବ ବୋଲି ଚେତାବନୀ ଦେଇଥିଲେ ।