କରୋନା ପାଇଁ ଗଂଜାମରେ ଗଣେଷ ପୁଜା ମନା: ଟ୍ୱିଟ୍ କରି ସୂଚନା ଦେଲେ ଜିଲ୍ଳାପାଳ; ସଂକ୍ରମଣ ଏଡାଇବାକୁ ନିଷ୍ପତି

ପୂର୍ବରୁ ଟ୍ୱିନସିଟି ସମେତ ଅନ୍ୟ କିଛି ଜିଲ୍ଲାରେ ପୂଜା ବନ୍ଦ ପାଇଁ ହୋଇଛି ଘୋଷଣା

356

କନକ ବ୍ୟୁରୋ: ଗଂଜାମରେ ଏବର୍ଷ ହେବନି ଗଣେଶ ପୁଜା  । ଗଣେଶ ପୂଜା ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟକରି ସୂଚନା ଦେଲେ ଗଂଜାମ ଜିଲ୍ଳପାଳ ବିଜୟ ଅମୃତା କୁଲାଙ୍ଗେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି  । ଜନସାଧାରଣଙ୍କୁ ଏନେଇ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସାମାଜିକ ଦୂରତାକୁ ମାନି ସଂକ୍ରମଣକୁ ବୃଦ୍ଧି ନକରିବାପାଇଁ କୁହାଯାଇଛି । ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପଂଚସୂତ୍ରୀ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ଏହା ପୂର୍ବରୁ କଟକ, ଭୁବନେଶ୍ୱର, ଗଜପତି ଓ ଜଗତସିଂହପୁରରେ ଗଣେଶ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଛି ।