ଭାରତର ଚିନ୍ତା ବଢ଼ାଇଲା ମିଆଁମାର ସଂକଟ । ମିଆଁମାର ଶରଣାର୍ଥୀ ଭାରତ ପଶି ଆସିବା ଆଶଙ୍କାରେ ମଣିପୁର ସରକାର ଜାରି କଲେ ନିର୍ଦ୍ଦେଶ, ରିଫ୍ୟୁଜି ମାନଙ୍କୁ ଖାଦ୍ୟ ଓ ସାହାରା ନଦେବା ପାଇଁ ଅର୍ଡର୍ ଜାରି ।

348

କନକ ବ୍ୟୁରୋ: ଭାରତ ପାଇଁ ଚିନ୍ତା ବଢ଼ାଇଲା ମିଆଁମାର ସଂକଟ । ମିଆଁମାର ଶରଣାର୍ଥୀ ଭାରତ ପଶି ଆସିବା ଆଶଙ୍କା କରି ମଣିପୁର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ରିଫ୍ୟୁଜି ମାନଙ୍କୁ ଖାଦ୍ୟ ଓ ସାହାରା ନଦେବା ପାଇଁ ଏହି ଅର୍ଡରରେ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ୍ କ୍ୟାମ୍ପ ନଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଆଁମାର ସୀମାକୁ ଲାଗିଥିବା ମଣିପୁର ରାଜ୍ୟର ଏକାଧିକ ଜିଲ୍ଲାକୁ ଏହି ନୋଟିସ୍ ଦିଆଯାଇଛି ।

ଏହା ପୂର୍ବରୁ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଆଁମାର ଶରଣାର୍ଥୀଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା । ଆଉ ଏହାରି ଭିତରେ ଶତାଧିକ ଶରଣାର୍ଥୀ ଭାରତ ପଶି ଆସିଥିବା ସୂଚନା ରହିଛି । ତେବେ ଏନେଇ ବିଧିବଦ୍ଧ ଭାବେ ସୂଚନା ଦିଆଯାଇନାହିଁ । ଉତର-ପୁର୍ବ ଭାରତ ସହ ମିଆଁମାର ସୀମା ଲାଗି ଥିବାରୁ ମିଆଁମାର ସଂକଟ ସମୟରେ ଭାରତ ପଶି ଆସିବାର ଆଶଙ୍କା ବଢ଼ିଯାଇଛି ।

ମିଜୋରାମ ଓ ମଣିପୁରର ଆଦିବାସୀ ସଂପ୍ରଦାୟ, ମିଆଁମାର ସୀମାର ଆଦିବାସୀଙ୍କ ସହ ଭାବଗତ ଓ ପରମ୍ପରାଗତ ସମ୍ପର୍କ ରଖୁଥିବାରୁ ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ମିଆଁମାରରେ ଶାସନ ପରିବର୍ତନ ପରେ ସେଠାରେ ଅଶାନ୍ତି ଲାଗି ରହିଛି । ଏହାରି ଭିତରେ ସେନା ଗୁଳିରେ ୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।