କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମିଳୁନି ପିଇବା ପାଣି! ପାନୀୟ ଜଳ ଓ ଶୌଚାଳୟର ସୁବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କଲେ ପର୍ଯ୍ୟଟକ

58

କନକ ବ୍ୟୁରୋ: କୋଣାର୍କରେ ମିଳୁନି ପିଇବା ପାଣି । ଖରାରେ ବୁଲିବା ବେଳେ ପିଇବାକୁ ପାଣି ନମିଳିବାରୁ ଅସନ୍ତୁଷ୍ଟ ପର୍ଯ୍ୟଟକ । ଏବେ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଉ ଏତିକି ବେଳେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ମିଳୁନି ପାନୀୟ ଜଳ । ଖରାରୁ ଆସ୍ୱସ୍ତି ପାଇଁ ସେଡ଼୍ ଏବଂ ଟଏଲେଟ୍ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ । ଏଏସଆଇ କିମ୍ବା ସ୍ଥାନୀୟ ପ୍ରଶାସନ ଏନେଇ କିଛି ପଦକ୍ଷେପ ନେଉନଥିବାରୁ ବିଭିନ୍ନ ମହଲରୁ ଉଦ୍ବେଗ ପ୍ରକାଶ ପାଉଛି ।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଶ୍ୱ ଐତିହ୍ୟ କୋଣାର୍କରେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇନଦିଆଯିବା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସନ୍ତି । କିନ୍ତୁ ମନ୍ଦିରରେ ପର୍ଯ୍ୟଟକଙ୍କ ପାଇଁ ଏଭଳି ଅବ୍ୟବସ୍ଥା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।