ମାରୁତି ସୁଜୁକି କମ୍ପାନି ନେଲା ବଡ ନିଷ୍ପତି । ୨୦୨୦ରୁ ଏପ୍ରିଲ ପହିଲାରୁ ଏହି ଧରଣର କାର କିଣିପାରିବେନି ଗ୍ରାହକ ।

572

ଦେଶର ସବୁଠୁ ବଡ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ଇଣ୍ଡିଆ ବଡ ନିଷ୍ପତି ନେଇଛି । ଯାହା କାର କିଣିବାକୁ ଥିବା ସାଧାରଣ ଗ୍ରାହକଙ୍କୁ ଖୁବ ପ୍ରଭାବିତ କରିବାକୁ ଯାଉଛି । ୧ ଏପ୍ରିଲ ୨୦୨୦ ପରଠାରୁ ଭାରତରେ ଡିଜେଲ କାର ବିକ୍ରି କରିବନି ବୋଲି ମାରୁତି ସୁଜୁକି ପକ୍ଷରୁ ନିଷ୍ପତି ନିଆଯାଇଛି । କମ୍ପାନିର ଚେୟାରମ୍ୟାନ୍ ଆର ସି ଭାର୍ଗବଙ୍କ କହିବା ଅନୁଯାୟୀ, ଏବେ କମ୍ପାନି ପକ୍ଷରୁ ଅନେକ ଡିଜେଲ ଇଞ୍ଜିନ ମଡେଲର ଗାଡି ବିକ୍ରି କରାଯାଉଛି । ଏପରିକି ଭାରତୀୟ ବଜାରରେ ବିକ୍ରି ହେଉଥିବା କାର ମଧ୍ୟରୁ ୨୩ ପ୍ରତିଶତ ଡିଜେଲ କାର ରହିଥିବା କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

୧ ଏପ୍ରିଲ ୨୦୨୦ରୁ କିନ୍ତୁ ଭାରତରେ ଡିଜେଲ ଇଞ୍ଜିନ ବିଶିଷ୍ଟ କାରର ବିକ୍ରି ବନ୍ଦ କରାଯିବ ବୋଲି କହିଛି କମ୍ପାନି । ତେବେ ଡିଜେଲ କାରର ବିକ୍ରି ବନ୍ଦ ପରେ ଏହାର ସ୍ଥାନ ପୂରଣ କରିବାକୁ ଅଧିକ ସଂଖ୍ୟାରେ ପେଟ୍ରୋଲ ଓ ସିଏନଜି କାର ବିକ୍ରି କରାଯିବ । ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା ମାରୁତି କମ୍ପାନି ମୋଟ ୧୭.୫୩ ଲକ୍ଷ କାର ଭାରତୀୟ ବଜାରରେ ବିକ୍ରି କରିଛି । ଯାହା ଗତ ବର୍ଷ ଠାରୁ ୬.୧ ପ୍ରତିଶତ ଅଧିକ ।

୧ ଏପ୍ରିଲ ୨୦୨୦ ପରଠାରୁ ଭାରତରେ ବିଏସ-୬ ନିୟମ ଲାଗୁ କରାଯିବ । ଯେଉଁଥିରେ ସରକାର ଡିଜେଲ କାରକୁ ନେଇ କଡା ନିୟମ ଲାଗୁ କରିପାରନ୍ତି । ତେଣୁ ଏହାର ବିକଳ୍ପ ସ୍ୱରୂପ ପେଟ୍ରୋଲ ଓ ସିଏନଜି ଇଞ୍ଜିନ ବିଶିଷ୍ଟ ଗାଡି ୟୁନିଟର ବିକ୍ରିକୁ ବୃଦ୍ଧି କରି ଡିଜେଲ ଇଞ୍ଜିନ ବିଶିଷ୍ଟ କାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ କମ୍ପାନି ପକ୍ଷରୁ ନିଷ୍ପତି ନିଆଯାଇଛି ।