ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ଘୋଷଣା । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବନି ଚକାଜାମ ।

298

କନକ ବ୍ୟୁରୋ: ଚାଷୀ ସଙ୍ଗଠନମାନେ ଆସନ୍ତାକାଲି ଅର୍ଥାତ ଫେବୃଆରୀ ୬ ତାରିଖରେ ସାରା ଦେଶରେ ଚକାଜାମ ଘୋଷଣା କରିଛନ୍ତି । ଏହାରି ଭିତରେ କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଗଣମାଧ୍ୟମକୁ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକାଜାମ ପାଳନ ହେବ ନାହିଁ ।

ତେବେ ଚାଷୀମାନେ କାହିଁକି ଏହି ଦୁଇ ରାଜ୍ୟରେ ଚକାଜାମ୍ କରିବେନି ସେନେଇ ରାକେଶ ଟିକାୟତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । କୁହାଯାଉଛି, ଏହି ଦୁଇ ରାଜ୍ୟରେ ବିଜେପ କ୍ଷମତାରେ ଥିବାରୁ ଚାଷୀନେତା ଏଭଳି ନିଷ୍ପତ୍ତି ନେଇଛନ୍ତି । ତା ସହ ଦିଲ୍ଲୀ ଓ ଏନସିଆରରେ ମଧ୍ୟ ଚକାଜାମ୍ ହେବନି ବୋଲି ପୂର୍ବରୁ ଘୋଷଣା ହୋଇସାରିଛି ।

ଆସନ୍ତାକାଲି ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚକାଜାମ୍ ଘୋଷଣା କରିଛନ୍ତି । କାଲି ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ । ଚାଷୀମାନେ ରାଜରାସ୍ତାରେ ଚକାଜାମ୍ କରିବା ସହିତ ବନ୍ଦ ପାଳନ କରିବେ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦୀର୍ଘ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହା ଭିତରେ ଚାଷୀ-ସରକାରଙ୍କ ଭିତରେ ଏକାଧିକ ଥର ଆଲୋଚନା ହୋଇଥିଲେ ବି କୌଣସି ନିଷ୍ପର୍ସ ବାହାରିପାରିନି । ଯାହା ଫଳରେ ଚାଷୀମାନେ ଫେବୃଆରୀ ୬ ତାରିଖରେ ଚକାଜାମର ଘୋଷଣା କରିଛନ୍ତି ।