କନକ ବ୍ୟୁରୋ : ଶୁଖିଲାରେ ସ୍କୁଲ ଯାଇଥିଲେ ପିଲା । ଫେରିବା ବେଳକୁ ଉଛୁଳିଲା ନଦୀ । ମାଡି ଆସିଲା ପାଣି । ଫସିଗଲେ ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଦୁର୍ଗମ ବାଦପୁର ଗାଁରେ । ଘୋଡାହାଡ ନଦୀରେ ପାଣି ବଢିବା ଯୋଗୁଁ ଶିକ୍ଷକ ଓ ଛାତ୍ରଛାତ୍ରୀ ନଈର ଆରପଟେ ରହି ଯାଇଥିଲେ ।

Advertisment

ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାର ହୋଇଥିଲେ । ଏପରିକି ଶିକ୍ଷକଙ୍କ ଦୁଇ ଚକିଆ ଗାଡି ନଈ ପାର କରିବା ପାଇଁ ଭାରାର ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ଲୋକେ ଭାରା ସାହାଯ୍ୟରେ କାନ୍ଧରେ ନେଇ ଶିକ୍ଷକଙ୍କ ଗାଡିକୁ ନଈ ପାର କରାଇଥିଲେ । ନଦୀ ଉପରେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।