କାଲି ଇସ୍ତଫା, ଆଜି ଶପଥ ଗ୍ରହଣ ! ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

31

କନକ ବ୍ୟୁରୋ :  ବିହାରରେ ରାଜନୀତିରେ ବିରାଟ ନାଟକ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ  କୁମାର । ଏନଡିଏ ସମର୍ଥନରେ ବିହାରରେ ସ୍ଥିର ସରକାର ଗଠନ କରିବେ ନୀତିଶ  । ଗତକାଲି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନୀତିଶ ଆଜି ପୁଣି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ସୁଶୀଲ ମୋଦି । ପାଟନା ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କେଶରନାଥ ତ୍ରିପାଠୀ  । ସରକାର ଗଠନ ପାଇଁ ଜୁଲାଇ ୨୮ତାରିଖରେ ବହୁମତ ସାବ୍ୟସ୍ତ କରିବେ ନୀତିଶ କୁମାର  ।

୨୪ ଘଂଟା ପୂର୍ବରୁ ଅର୍ଥାତ ଗତକାଲି ଏହି ସମୟରେ ଲାଲୁଙ୍କ ସହଯୋଗୀ ଥିଲେ ନୀତିଶ କୁମାର । କିନ୍ତୁ ଆଜି ଅର୍ଥାତ ଠିକ୍ ୨୪ ଘଂଟା ପରେ ମୋଦିଙ୍କ ପ୍ରଂଶସକ ହୋଇଯାଇଛନ୍ତି ନୀତିଶ କୁମାର । ଗତକାଲି ଏକ ନାଟକୀୟ ଘଟଣା କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତୀଶ କୁମାର । ଭାଙ୍ଗିଥିଲା ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଂଟ । ରାତିସାରା ଚାଲିଥିଲା ରାଜନୈତିକ ସରଗରମ । ବିହାରରେ ବିଜେପି ସମର୍ଥନ ଦେବା ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର ।

ଗତକାଲି ଏକ ନାଟକୀୟ ଘଟଣା କ୍ରମରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତିଶ କୁମାର । ଭାଙ୍ଗିଥିଲା ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଂଟ । ରାତିସାରା ରାଜନୀତି ସରଗରମ ରହିଥିଲା । ବିହାରରେ ବିଜେପି ସମର୍ଥନ ଦେବା ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ବିଜେପିର କେବଳ ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗତକାଲି ରାତିରେ ପାଟନାରେ ବିଜେପି ଓ ସଂଯୁକ୍ତ ଜନତା ଦଳ ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ବଛାଯାଇଥିଲା ।

ବିହାରରେ ମହାମେଂଟ ଭାଙ୍ଗି ବିଜେପି ସମର୍ଥନରେ ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ଶୁସିଲ ମୋଦିଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି । କହିଛନ୍ତି ଉଭୟ ମିଳିତ ଭାବେ ବିହାରର ବିକାଶ ପାଇଁ କାମ କରିବେ । ମୋଦିଙ୍କ ଟ୍ୱିଟ୍ ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀତୀଶ ।