କନକ ବ୍ୟୁରୋ : ପାଟନାରେ ୧୮ଟି ବିରୋଧୀଦଳଙ୍କ ବୈଠକ ଶୁକ୍ରବାର ୧୨ଟାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ଆରମ୍ଭ ହୋଇଛି । ଏଥିରେ ୧୫ଟି ରାଜନୈିତିକ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି । ଏହି ବୈଠକ ୫ଘଣ୍ଟା ଚାଲିବ ବୋଲି କୁହାଯାଉଛି । ଏହି ବୈଠକରେ ୨୦୨୪ ଲୋକସଭା ନର୍ବାଚନ ପାଇଁ ବିଜେପି ବିରୋଧରେ କିଭଳି ଲଢେଇ କରାଯିବ ତାହା ଉପରେ ରଣନୀତି ପ୍ରସ୍ତୁତ କରାଯିବ ।

Advertisment

ସେପଟେ ସୂତ୍ର ସୂଚନା ମୁତାବକ ନୀତିଶ କୁମାର ୟୁପିଏର ସଂଯୋଜକ ଭାବେ ଦାୟିତ୍ୱ ନେଇପାରନ୍ତି । ବୈଠକରେ ପରେ ଏହାର ଘୋଷଣା କରାଯିବ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି ସମସ୍ତ ମହତ୍ୱାକାଂକ୍ଷା ଛାଡିଲେ ୨୦୨୪ରେ ବିଜେପିକୁ ପରାସ୍ତ କରାଯାଇପାରିବ ।

ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ, ଏନସିପି ନେତା ଶରଦ ପାୱାର, ଶିବସେନା (ଉଦ୍ଧବ ଗ୍ରୁପ)ରୁ ଉଦ୍ଧବ ଠାକରେ ଆଜି ସକାଳେ ପାଟନା ପହଂଚିଥିଲେ । ସେପଟେ ରାହୁଲ ଗାନ୍ଧୀ ଓ ମଲ୍ଲିଜାର୍ଜୁନ ଖଡଗେ ବିମାନବନ୍ଦରରେ ଓହ୍ଲାଇବା ପରେ ସିଧା ସଳଖ କଂଗ୍ରେସ ଭବନ ଯାଇଥିଲେ । ସେଠାରେ ସେ ବିଜେପି ଉପରେ ଖୁବ ବର୍ଷିଛନ୍ତି ।

ଏହି ବୈଠକରେ ଯୋଗ ଦେଇଥିବା ଦଳମାନେ ହେଉଛନ୍ତି । ଜେଡିୟୁ, ଆରଜେଡି, ଆପ୍, ଡିଏମକେ, ଟିଏମସି, ସିପିଆଇ, ସିପିଆଇ (ଏମ୍) ସିପିଆଇ (ଏମଏଲଏ) ନ୍ୟାସନାଲ କନଫରେନ୍ସ, ପିଡିପି, କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା, ଓ ଏନସିପି ।
ବୈଠକରେ ମୁଖ୍ୟତ ଏସବୁ ପ୍ରସଙ୍ଗରେ ଆଲୋଚନା ହୋଇପାରେ !

  • ପ୍ରତି ଆସନରେ ବିଜେପି ବିରୋଧରେ ବିରୋଧୀଦଳ ଏକମାତ୍ର ପ୍ରାର୍ଥୀ ଦେବ
  • ବିଜେପି ବିରୋଧରେ ପ୍ରସ୍ତୁତ ହେଉଥିବା ମେଣ୍ଟର ନାମ
  • ସାଧାରଣ ସର୍ବନିମ୍ନ କର୍ମସୂଚୀ
  • ଆସନ ବୁଝାମଣାର ଫର୍ମଲା
  • ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ରର ଅଧ୍ୟାଦେଶ