ନୀତିନ ଗଡ଼କରୀଙ୍କ ବୟାନ ପରେ ତେଜିଲା ବିବାଦ ! ମୁହାଁମୁହିଁ ହେଲେ ବିଜେପି ଓ କଂଗ୍ରେସ ।

165

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ‘ସ୍ୱପ୍ନପୂରଣ’ ଉପାଖ୍ୟାନ  । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବୟାନ ପରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି  । ମହାରାଷ୍ଟ୍ରର ଏକ କାର୍ଯ୍ୟକ୍ରମରେ ଗଡକରୀ କହିଥିଲେ, ସ୍ୱପ୍ନ ଦେଖାଉଥିବା ଲୋକମାନେ ଭଲ ଲାଗନ୍ତି । କିନ୍ତୁ ଜନତାଙ୍କୁ ଦେଖାଇଥିବା ସ୍ୱପ୍ନ ଯଦି ପୂରଣ ନହୁଏ ତେବେ ଲୋକମାନେ ତାଙ୍କୁ ପିଟି ମଧ୍ୟ ଥାନ୍ତି । ତେଣୁ ସେହି ସ୍ୱପ୍ନ ଦେଖିବା ଓ ଦେଖାଇବା ଦରକାର, ଯାହା ପୂରଣ କରିହେବ । ଗଡକରୀଙ୍କ ଏହି ବୟାନ ନେଇ  ସରଗରମ୍ ହୋଇଛି ରାଜନୀତି  ।  ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ  ।

ନୀତିନ୍ ଗଡ଼କରୀଙ୍କ ଆଉ ଏକ ବୟାନ । କେନ୍ଦ୍ରମନ୍ତ୍ରୀଙ୍କ ‘ସ୍ୱପ୍ନପୂରଣ’ ଉପାଖ୍ୟାନ । ମୋଦିଙ୍କ ପାଇଁ ଅଡୁଆ ଗଡ଼କରୀଙ୍କ ବୟାନ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବୟାନ ପରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଗଡ଼କରୀଙ୍କ ବୟାନକୁ ନେଇ ମୋଦି ସରକାର ଉପରେ ଆକ୍ରମଣ କରିଛି କଂଗ୍ରେସ  । କଂଗ୍ରେସ କହିଛି, ଏହା ବିଜେପିର ଅନ୍ତଃକନ୍ଦଳକୁ ପଦାରେ ପକାଇଛି । ମୋଦିଙ୍କୁ ଆକ୍ଷେପ କରି  ଗଡକରି ଏହା କହିଛନ୍ତି ।

ସେପଟେ କଂଗ୍ରେସ ଅଭିଯୋଗର ଜବାବ ରଖିଛି ବିଜେପି ।ଦଳ କହିଛି, କଂଗ୍ରେସ ଶାସନକୁ ଲକ୍ଷ୍ୟରେ ରଖି ଗଡକରୀ ଏହି ମନ୍ତବ୍ୟ ଦେଇଛନ୍ତି । ପୂର୍ବରୁ ମଧ୍ୟ ଗଡ଼କରୀଙ୍କ କିଛି ବୟାନ ମୋଦି ସରକାରଙ୍କୁ ଅଡୁଆରେ ପକାଇ ସାରିଛି  । ତେଣୁ ଏହି ନୂଆ ବୟାନ ପଛରେ ଅସଲ ରହସ୍ୟ କ’ଣ ଓ କେଉଁଥିପାଇଁ ଗଡ଼କରୀ ଏପରି ବୟାନ ଦେଇଛନ୍ତି, ଏନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା  ।