ବଜେଟ ୨୦୨୧-୨୨ LIVE  : ଗୋଟିଏ କ୍ଲିକରେ ପାଆନ୍ତୁ ବଜେଟ ୨୦୨୧-୨୨ର ଟିକିନିକି ଖବର । କାହାକୁ ମିଳିଲା କଣ? ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା? 

479

କନକ ବ୍ୟୁରୋ : କରୋନା କାଳ ଭିତରେ  ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସମୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ବଜେଟ । ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ସରକାର ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ବଜେଟରେ କଣ କଣ ଘୋଷଣା ହୋଇଛି ସେ ବାବଦରେ ଟିକିନିକି ତଥ୍ୟ ଜାଣନ୍ତୁ ।

  • ଚଳିତ ବଜେଟରେ ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ମୋବାଇଲ ଫୋନ୍-ଚାର୍ଜର ମହଙ୍ଗା ହେବ । ବିଦେଶୀ କପଡା ମହଙ୍ଗା ହେବ ।
  • ଶସ୍ତା ହେବ ଷ୍ଟିଲ, ତମ୍ବା ଓ ଲୁହା ସାମଗ୍ରୀ । ସୁନା ଓ ରୂପା ଶସ୍ତା ହେବା ନେଇ ନିର୍ମଳାଙ୍କ ଘୋଷଣା । ମହଙ୍ଗା ହୋଇପାରେ ବିଦେଶୀ ମୋବାଇଲ । କିଛି ଅଟୋ ପାଟର୍ସ ଉପରେ କଷ୍ଟମ ଡ୍ୟୁଟି ବଢିବ ।
  • ପ୍ରତ୍ୟକ୍ଷ କରରେ ବଡ ସୁଧାର ନେଇ ଘୋଷଣା । ବରିଷ୍ଠ ନାଗରିକଙ୍କ ପାଇଁ ବଡ ଘୋଷଣା । ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକରରେ ବଡ ରିହାତି । ପେନସନ ପାଉଥିଲେ ଦେବାକୁ ପଡିବନି କୌଣସି ଆୟକର ।ଭାରତରେ କର୍ପୋରେଟ ଟ୍ୟାକ୍ସ ପୂରା ବିଶ୍ୱରେ କମ ।୩ ବର୍ଷ ପୁରୁଣା ଆୟକର ମାମଲା ଖୋଲିବ ନାହିଁ । ଏହାପୂର୍ବରୁ ଏହି ସମୟସୀମା ୬ ବର୍ଷ ଥିଲା ।
  • ୨୦୨୧ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ ୩୪.୫ ଲକ୍ଷ କୋଟି ।ଜରୁରୀକାଳୀନ ପାଣ୍ଠି ପାଇଁ ୩୦ ହଜାର କୋଟି । ୨୦୨୦-୨୧ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୯.୫% ରହିଛି । ୨୦୨୧-୨୨ରେ ବିତ୍ତୀୟ ନିଅଣ୍ଟ ୬.୮ ପ୍ରତିଶତ ରହିବା ଅନୁମାନ କରାଯାଉଛି ।ଏଥିପାଇଁ ୮୦ ହଜାର କୋଟି ଟଙ୍କାର ଆବଶ୍ୟକତା ରହିବ । ଯାହା ଆଗାମୀ ୨ ମାସ ମଧ୍ୟରେ ବଜାରରୁ ଉଠାଇବେ ସରକାର ।
  • ଡିଜିଟାଲ ଇଣ୍ଡିଆ ପାଇଁ ୩୭୦୦ କୋଟି । ଡିଜିଟାଲ ପେମେଣ୍ଟ ପାଇଁ ୧୫୦୦ କୋଟି । ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡସେନକୁ ୫୦ ହଜାର କୋଟି । ଡିଜିଟାଲ ଉପରେ ଜନଗଣନା ହେବ । ଜନଗଣନା ପାଇଁ ୩ ହଜାର ୭୬୦ କୋଟି । ନ୍ୟୁ ସ୍ପେଶ ଇଣ୍ଡିଆ ପିଏସଏଲଭି-ସିଏସ୫୧ର ଲଞ୍ଚ କରିବ । ଚଳିତ ଡିସେମ୍ବରରେ ଗଗନଯାନ ମିଶନ ଲଞ୍ଚ କରାଯିବ ।୪ ଭାରତୀୟ ବୈଜ୍ଞାନିକଙ୍କୁ ଋଷରେ ଦିଆଯିବ ଟ୍ରେନିଂ ।
  • ୧୦୦ଟି ନୂଆ ସୈନିକ ସ୍କୁଲ ଖୋଲିବ । ଆଦିବାସୀ ଅଞ୍ଚଳରେ ସ୍କୁଲ ଖୋଲିବ । ଆଦିବାସୀ ଅଞ୍ଚଳରେ ଏକଲବ୍ୟ ସ୍କୁଲ ଖୋଲିବ । ୭୫୮ଟି ଏକଲବ୍ୟ ସ୍କୁଲ ଖୋଲିବ । ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବ । ଉଚ୍ଚଶିକ୍ଷା ପାଇଁ କମିଶନ ଗଠନ ହେବ । ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା । ୟୁଏଇ ସହ ମିଶି ସ୍କିଲ ଟ୍ରେନିଂ ଉପରେ କାମ କରାଯାଉଛି ।
  • ୭୧ କୋଟି ଲୋକଙ୍କ ପାଖରେ ୱାନ ନେସନ ୱାନ ରାସନ କାର୍ଡ ପହଞ୍ଚିଛି ।
  • ଚାଷୀଙ୍କ ପାଇଁ ବଜେଟରେ ବଡ ଘୋଷଣା । ଚାଷୀଙ୍କ ହିତ ପାଇଁ ସରକାର କାମ କରୁଛନ୍ତି । ଚାଷୀଙ୍କୁ ଦେଢଗୁଣା ଏମଏସପି ଦେବାକୁ ପ୍ରୟାସ । ଏମଏସପି ବ୍ୟବସ୍ଥାରେ ବଡ ପରିବର୍ତ୍ତନ ହେବ । ଚାଷୀଙ୍କୁ ୭୫ ହଜାର କୋଟିରୁ ଅଧିକ ଦିଆଯିବ । ଚାଷୀଙ୍କ ଆୟକୁ ଦୁଇଗଣ କରିବାକୁ ଲକ୍ଷ୍ୟ । ଏଫୱାଇ-୨୧ ଗହମ ପାଇଁ ୭୫,୦୬୦କୋଟି । ଏଫୱାଇ-୨୦ ପାଇଁ ୬୨,୮୦୨ କୋଟି ।ଏଫୱାଇ-୨୧ ଧାନ କିଣିବା ପାଇଁ ୧,୭୨ ୭୫୨ କୋଟି ।୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କର ଆୟ ଦ୍ୱିଗୁଣିତ ହେବ । ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । ୪୩,୩୬ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ।ମଣ୍ଡିକୁ ଇଣ୍ଟରନେଟରେ ଯୋଡାଯିବ ।
  • ବିନିବେଶ ପାଇଁ ଥିବା ଆଇନରେ ସଂଶୋଧନ କରାଯିବ । ଆସନ୍ତାବର୍ଷ ଠାରୁ ପିଏସୟୁରେ ବିନିବେଶ କରାଯିବ । ଏଲଆଇସିର ଆଇପିଓକୁ ବଜାରକୁ ଅଣାଯିବ ।
  • ଉଜ୍ଜ୍ୱଳା ଯୋଜନାରେ ଆଉ ଏକ କୋଟି ହିତାଧିକାରୀଙ୍କୁ ସାମିଲ କରାଯିବ । ଏବେ ସୁଦ୍ଧା ୮ କୋଟି ହିତାଧିକାରୀ ଯୋଜନାରେ ସାମିଲ ହୋଇଛନ୍ତି । ଜମ୍ମୁ-କାଶ୍ମୀରରେ ପାଇପଲାଇନ ଯୋଜନା ଆରମ୍ଭ କରାଯିବ ।
  • ବୀମା ପାଇଁ ସରକାରଙ୍କ ବଡ ଘୋଷଣା । ବୀମା କ୍ଷେତ୍ରରେ ଏଫଡିଆଇ ୭୪ ପ୍ରତିଶତ ରହିବ । ବୀମା କମ୍ପାନି ଉପରେ ଭାରତୀୟଙ୍କର ରହିବ ନିୟନ୍ତ୍ରଣ ।
  • ବିଦ୍ୟୁତ ବିଭାଗ ପାଇଁ ବଡ ଘୋଷଣା । ସରକାରଙ୍କ ତରଫରୁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ସ୍କିମ ଆରମ୍ଭ କରାଯିବ । ଯାହା ବିଦ୍ୟୁତ୍ ବିଭାଗର ଭିତ୍ତିଭୂମିକୁ ସଜାଡିବ । ବିଦ୍ୟୁତ ବିଭାଗର ପ୍ରୋଜେକ୍ଟକୁ ପିପିପି ମୋଡରେ କାର୍ଯ୍ୟ କରାଯିବ । ହାଇଡ୍ରୋଜେନ ପ୍ଲାଣ୍ଟ ନିର୍ମାଣ କରିବାକୁ ଘୋଷଣା । ଗ୍ରାହକ ବିଦ୍ୟୁତ କମ୍ପାନି ନିଜେ ବାଛିବେ ।
  • ରେଳ ବଜେଟ : ରେଲୱେ ପାଇଁ ୧.୧୦,୦୫୫ ଲକ୍ଷ କୋଟି । ସିଟି ବସ ପାଇଁ ୧୮ ହଜାର କୋଟି । ବିଦ୍ୟୁତ ଚାଳିତ ଟ୍ରେନ ୭୨% ବଢିବ ।ଦେଶରେ ୨ ପ୍ରକାର ମେଟ୍ରୋ ସେବା ଆରମ୍ଭ ହେବ । ମେଟ୍ରୋ ଲାଇଟ ଓ ମେଟ୍ରେ ନିୟୋ ସେବା ଆରମ୍ଭ ।୨୦୩୦ ପର୍ଯ୍ୟନ୍ତ ରେଳବାଇ ପାଇଁ ଯୋଜନା ପ୍ରସ୍ତୁତ ।ରେଲୱେରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ।
  • ପରିବହନ ମନ୍ତ୍ରାଳୟ ପାଇଁ ୧.୧୮ ଲକ୍ଷ କୋଟିର ଘୋଷଣା ।ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ ପାଇଁ ବଡ ଘୋଷଣା । ବଙ୍ଗଳାରେ ନୂଆ ରାସ୍ତା ପାଇଁ ୨୫ ହଜାର କୋଟି । ଆସନ୍ତା ବର୍ଷ ୮୫୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲକ୍ଷ୍ୟ ।
  • ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଡ ଘୋଷଣା । ପୁରୁଣା ଗାଡି ପାଇଁ ଆସିବ ସ୍କ୍ରାପ ପଲିସି । ପୁରୁଣା ଗାଡି ଗୁଡିକୁ ସ୍କ୍ରାପ କରାଯିବ । ୪୨ଟି ସହରରେ ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା । ସ୍ୱଚ୍ଛ ବାୟୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ।
  • ସ୍ୱାସ୍ଥ୍ୟ ବଜେଟ : ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା । ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭% ଅଧିକ । ୧୭ଟି ନୂଆ ପବ୍ଲିକ ହେଲଥ ସେଣ୍ଟର କରାଯିବ । ୬୦୨ଟି ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ କରାଯିବ ।
  • କୋଭିଡ ଭ୍ୟାକସିନ ପାଇଁ ୩୫୦୦୦ କୋଟି । ଭାରତର ଭ୍ୟାକସିନ ୧୦୦ରୁ ଅଧିକ ଦେଶକୁ ଫାଇଦା ଦେବ । ଆମ ପାଖରେ ପୂର୍ବରୁ ୨ଟି ଭ୍ୟାକସିନ ରହିଛି । ଖୁବଶୀଘ୍ର ଆଉ ୨ଟି ଭ୍ୟାକସିନ ମଧ୍ୟ ହାତେଇବ ଭାରତ । ସୁସ୍ଥ ଭାରତ ହେଉଛି ସରକାରଙ୍କ ମନ୍ତ୍ର ।
  • ମିଶନ ପୋଷଣ :୨.୦ଆରମ୍ଭ । ୬ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ହେବ । ୬୪,୧୮୦ କୋଟି ନିବେଶ କରାଯିବ ।୧୧୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟବସ୍ଥାରେ ସୁଧାର ହେବ  ।
  • ଆତ୍ମନିର୍ଭର ଭାରତ ପ୍ୟାକେଜ ୪୦ କୋଟି ଗରିବ ମହିଳାଙ୍କୁ ସହାୟତା କରାଯାଇଛି । ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ଦ୍ୱାରା ଦେଶର ସ୍ଥିତିରେ ସୁଧାର ଆସିବ । ନୂଆ ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି ।
  • ଆତ୍ମନିର୍ଭର ଭାରତ ପ୍ୟାକେଜରେ ଦେଶର ସ୍ଥିତିରେ ସୁଧାର ଆସିବ । ଆତ୍ମନିର୍ଭର ଭାରତ ୨୭.୧ ଲକ୍ଷ କୋଟିର । ଜିଡ଼ିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ । ୮ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଇ ଦିଆଯାଇଛି । ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟସାମଗ୍ରୀ ଦିଆଯାଇଛି ।

କରୋନା ଭଳି କଠିନ ସ୍ଥିତିରେ ସାଧାରଣ ବଜେଟ ଆସିଛି ।  ଦେଶପାଇଁ ଗତବର୍ଷ ବେଶ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି । ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ପାଇଁ ଗ୍ୟାସ ଓ ରାସନ ବ୍ୟବସ୍ଥା କରିଛନ୍ତି ।