କନକ ବ୍ୟୁରୋ: ‘ସିରିୟାଠାରୁ ଆରମ୍ଭ କରି ୟମନ୍, ସଉଦିଠାରୁ ନେ ଇରାକ ଯାଏଁ କ’ଣ ଆକ୍ରମଣ ହୋଇନାହିଁ? ସେ ସମୟରେ ୭ ଦେଶରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଥିବାରୁ ୨୬,୦୦୦ରୁ ଅଧିକ ବୋମା ବର୍ଷାଯାଇଥିଲା । ଯଦି ଏଭଳି ନେତା ଭାରତର ଧାର୍ମିକ ସହିଷ୍ଣୁତା ଉପରେ ଟପ୍ପଣୀ କରିବେ , ତାହେଲେ ସେମାନଙ୍କୁ କି ଗ୍ରହଣ କରିବ?’ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଏଭଳି ପାଲଟା ଜବାବ୍ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ।

Advertisment

ଭାରତରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରଶ୍ନ ଉଠାଇବା ପରେ ଏହାର ଠିକଣା ଉତ୍ତର ଦେଇଛନ୍ତି ସୀତାରମଣ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ତ୍ରିଦିବସୀୟ ଆମେରିକା ଗସ୍ତ ପରେ ସୀତାରମଣ ଏଭଳି ଟିପ୍ପଣୀ କରିଛନ୍ତିୀ ।

ସୀତାରମଣ କହିଛନ୍ତି ଯେ, ‘ଅମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଯୋଗୁଁ ୬ ମୁସଲିମ୍ ଦେଶରେ ଆକ୍ରମଣ ହୋଇଛି । ଆମେ ଆମେରିକା ସହ ଭଲ ସମ୍ପର୍କ ଚାହୁଁଛୁ । କିନ୍ତୁ ସେଠାରୁ ଭାରତର ଧାର୍ମିକ ସହିଷ୍ଣୁତା ପରେ ପ୍ରଶ୍ନ ଉଠୁଛି । ସେ ମନେ ରଖିବା କଥା ଯେ, ତାଙ୍କ କାରଣରୁ ୬ଟି ମୁସଲିମ ରାଷ୍ଟ୍ର ଉପରେ ବୋମା ବର୍ଷିଥିଲା ।

କ’ଣ କହିଥିଲେ ଓବାମା?

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପରାମର୍ଶ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ସମୟରେ ମୁସଲିମ୍ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇବାକୁ । ଓବାମା କହିଥିଲେ ଯେ ଯଦି ସେ ନିଜେ ମୋଦୀଙ୍କ ସହ କଥା ହୋଇଥାନ୍ତେ ତେବେ ସେ ଭାରତରେ ଅଳ୍ପସଂଖ୍ୟକଙ୍କ ଅଧିକାର ଉପରେ ଚର୍ଚ୍ଚା କରିଥାନ୍ତେ । ଏହାକୁ ନେଇ ଠିକଣା ଉତ୍ତର ଦେଇଛନ୍ତି ନିର୍ମଳା ସୀତାରମଣ ।