ଆଜିଠୁ ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି: ବ୍ରିଟେନର ୱେଷ୍ଟମିନିଷ୍ଟର କୋର୍ଟରେ ୧୧ ଯାଏଁ ଚାଲିବ ଶୁଣାଣି

ନୀରବଙ୍କୁ ପ୍ରତ୍ୟର୍ପଣ କରି ଭାରତ ଆଣିବାକୁ ଆବେଦନ କରିଛନ୍ତି ତଦନ୍ତକାରୀ ସଂସ୍ଥା

112

କନକ ବ୍ୟୁରୋ: ପିଏନବି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଶୂୁଣାଣି ଆଜି ଠାରୁ ବ୍ରିଟେନରେ ଆରମ୍ଭ ହେବ । ବ୍ରିଟେନର ୱେଷ୍ଟମିନିଷ୍ଟର କୋର୍ଟରେ ଏହି ଶୁଣାଣି କରାଯିବ । ଚଳିତମାସ ୧୧ ତାରିଖ ପର୍ଯ୍ୟନ୍ତ ଏହି ଶୁଣାଣି ଚାଲିବ । ପଂଜାବ ନ୍ୟାସନାଲ ବ୍ୟାଙ୍କୁ ୧୪ ହଜାର କୋଟି ଟଙ୍କା ଠକି ବିଦେଶକୁ ଫେରାର ହୋଇଯାଇଥିଲେ ନୀରବ ।

ଦୀର୍ଘଦିନ ସନ୍ଧାନ ପରେ ଗତବର୍ଷ ବ୍ରିଟେନରେ ଗିରଫ ହୋଇଥିଲେ ନୀରବ ମୋଦି । ତାଂକୁ ଭାରତକୁ ଆଣି ବିଚାର କରିବାକୁ ତଦନ୍ତକାରୀ ସଂସ୍ଥାମାନେ ଚେଷ୍ଟା କରୁଛନ୍ତି । ଏନେଇ ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ ଆବେଦନ କରାଯାଇଛି । ଗତବର୍ଷ ମାର୍ଚ୍ଚ ଠାରୁ ନୀରବ ବ୍ରିଟେନର ୱଣ୍ଡସୱର୍ଥ ଜେଲରେ ଅଛନ୍ତି । ତାଙ୍କ ଜାମିନ ଆବେଦନ ୫ ଥର ଖାରଜ ହୋଇସାରିଛି ।