କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା : ରାଜ୍ୟରେ ଏବେ ବି ୭୦ % ବେଡ୍ ଖାଲି ରହିଛି

102

କନକ ବ୍ୟୁରୋ : ଦୁଇ ତିନି ଜିଲ୍ଲାକୁ ମିଶାଇ ଗୋଟିଏ ଗୋଟିଏ କ୍ଲଷ୍ଟର କରାଯାଇଛି । ଯେଉଁ ହସ୍ପିଟାଲରେ ବେଡ୍ ଶେଷ ହୋଇଯାଉଛି, ସେଠାରେ ଅନ୍ୟ ଜିଲ୍ଲାକୁ ରୋଗୀଙ୍କୁ ପଠାଯାଉଛି । ରାଜ୍ୟରେ ଏବେ ପ୍ରାୟ ୭୦ ପ୍ରତିଶତ ବେଡ୍ ଖାଲି ରହିଛି । ଓଡିଶା ଅକ୍ସିଜେନ ବଳକା ରାଜ୍ୟ । ରାଜ୍ୟରେ ଯେମିତି ଅକ୍ସିଜେନ ଅଭାବନ ହେବ ସେଥିପାଇଁ ସବୁ ସିଲିଣ୍ଡର ଗୁଡିକୁ ଭରି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତିର ମୁକାବିଲା ପାଇଁ ବେଡ୍, ଅକ୍ସିଜେନ, ଓ ମେଡିସିନ୍ ସମ୍ପୂର୍ଣ୍ଣ ମହଜୁଦ ଅଛି । ରାଜ୍ୟରେ ଯାହା ଟିକା ପହଁଚିବ ତାକୁ ଲୋକମାନଙ୍କୁ ଦେବା ପାଇଁ ଆମର ମାଇକ୍ରୋ ମ୍ୟାନେଜମେଂଟ ପ୍ଲାନ କରାଯାଉଛି ।

ସେପଟେ, କରୋନା ଦୈନିକ ସଂକ୍ରମଣ ସଂଖ୍ୟା ଲଗାତାର ଭାବେ ପାଂଚ ଦିନ ହେଲା ୬ହଜାର ପାଖାପାଖି ରହୁଥିବା ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି । କହିଲେ, ଦୁଇ ତିନି ହେବ ପ୍ଲାଟୋ ଷ୍ଟେଜରେ ରହିଛି ସଂକ୍ରମଣ । ଅର୍ଥାତ ସ୍ଥିର ରହିଛି ସଂକ୍ରମଣ ହାର । ଆଗକୁ ଏହି ସ୍ଥିତି ବା ପରିସଂଖ୍ୟ।।ନ କମିପାରେ ବୋଲି ଆଶା କରାଯାଉଛି । ଲୋକଙ୍କ ଭିତରେ ସନ୍ଦେହ ହେଉଛି ମାତ୍ର ଆମର ଅନେକ ବେଡ ରହିଛି । ଆଗକୁ ଯଦି ପରିସଂଖ୍ୟାନ ବଢ଼େ ସେହି ଅନୁପାତରେ ଭେଂଟିଲେଟର ବି ବଢ଼ାଯିବ ।