ମମତା ଓ ସିବିଆଇ ବିବାଦରେ ମୁହଁ ଖୋଲିଲେ ନିରଞ୍ଜନ : କହିଲେ, ସିବିଆଇ ରାଜନୈତିକ ଆକ୍ରୋଶ ରଖିବା ଉଚିତ ନୁହେଁ

115

କନକ ବ୍ୟୁରୋ : ଚିଟଫଣ୍ଡ୍‌ ଦୁର୍ନୀତି ସଂକ୍ରାନ୍ତରେ କୋଲ୍କାତା ପୁଲିସ ମୁଖ୍ୟଙ୍କୁ ପଚରାଉଚୁରା ନିମନ୍ତେ କରିଥିବା ଉଦ୍ୟମ କରିଥିଲା ସିବିଆଇ । ଆଉ ତା’ ବିରୋଧରେ ପ୍ରତିବାଦପୂର୍ବକ ଧାରଣା ଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ମମତା ବାନାର୍ଜୀ ଓ ସିବିଆଇ ବିବାଦ ବିଷୟରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ସିବିଆଇ ରାଜନୈତିକ ଆକ୍ରୋଶ ରଖିବା ଉଚିତ ନୁହେଁ । ମମତାଙ୍କ ବିରୋଧରେ ସିବିଆଇ ଆକ୍ରୋଶମଳୂକ କାମ କରୁଥିଲେ ତାହା ଅତି ନିନ୍ଦନୀୟ ।

ଏହାସହ ମୋଦିଙ୍କୁ ଟାର୍ଗେଟ କରି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ପାୱାରକୁ ଆସିବା ପରେ ସିବିଆଇକୁ ବ୍ୟବହାର କରୁଛନ୍ତି । ସିବିଆଇ ମୋଦି ସରକାରଙ୍କର ହାତ ବାରିସି ସାଜିଛି । ଏବଂ ସିବିଆଇକୁ ଖଣ୍ଡା ଭାବରେ ବ୍ୟବହାର କରି ନବୀନ ବାବୁଙ୍କ ଡରାଉଛନ୍ତି । ଚିଟଫଣ୍ଡରେ ଶାସକ ଦଳର ଅନେକ ସଦସ୍ୟ ସଂପୃକ୍ତ । ୪ ବର୍ଷ ତାଙ୍କୁ ଘଂଟ ଘୋଡ଼ାଯାଇଛି ସେମା ମୋଦି ସିବଆଇକୁ ବ୍ୟବହାର କରୁଛନ୍ତି, ଆଉ ନବୀନ ବାବୁ ସିବିଆଇ ପାଇଁ ମୋଦିଙ୍କୁ ଡରୁଛନ୍ତି ।