ବାଚସ୍ପତି ନିରଞ୍ଜନ ପୂଜାରୀ ହେବେ କି ମନ୍ତ୍ରୀ ! ଇସ୍ତଫା ପରେ କଳ୍ପନାଜଳ୍ପନା ଆରମ୍ଭ

25

କନକ ବ୍ୟୁରୋ : ଓଡ଼ିଶା ବିଧାନସଭା ବାଚସ୍ପତି ନିରଞ୍ଜନ ପୂଜାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ସନ୍ଧ୍ୟାରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏଥିସହିତ ବାଚସ୍ପତିଙ୍କଠାରୁ ମୁଖ୍ୟମନ୍ତ୍ରୀ ତାଙ୍କର ଅଦଳବଦଳ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଶୁକ୍ରବାର ମଧ୍ୟାହ୍ନରେ ହଠାତ୍ ଫୋନ୍ ଯାଇଥିଲା ବାଚସ୍ପତିଙ୍କୁ । ଜଣାଇ ଦିଆଯାଇଥିଲା ଯେ ତାଙ୍କୁ ଇସ୍ତଫା ଦେବାକୁ ହେବ । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ ନେଇ ମଧ୍ୟ ସଙ୍କେତ ଦିଆଯାଇଥିଲା । ଫୋନ୍ ପାଇ ବାଚସ୍ପତି ସିଧା ଆସିଥିଲେ ଭୁବନେଶ୍ୱର । ଏପଟେ ବାଚସ୍ପତି ଇସ୍ତଫା ଦେବା ନେଇ ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବିଧାନସଭା ସଚିବାଳୟରେ ।

ଏନେଇ ସେ ବହୁ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କ କକ୍ଷରେ ଆଲୋଚନା କରିଥିଲେ। କିଛି ସମୟ ପରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ସଚିବାଳୟରେ ପହଞ୍ଚି ପୂଜାରୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଏନେଇ ପୂଜାରୀ କହିଛନ୍ତି, ନିଜ ନିର୍ବାଚନମଣ୍ଡଳୀକୁ ଅଧିକ ସମୟ ଦେବା ପାଇଁ ଇସ୍ତଫା ଦେଲି ।