ନଅ ବର୍ଷର ପୁରୁଣା ଫାଇଲ ଖୋଲିଲା କମିସନରେଟ ପୁଲିସ : ଖୋଜିବ ମୃତ ମହିଳାଙ୍କ ମୃତ୍ୟୁର କାରଣ, ଚିହ୍ନଟ ପାଇଁ ମରାଗଲା ପୋଷ୍ଟର

174

କନକ ବ୍ୟୁରୋ : ଖୋଲିଲା ୯ ବର୍ଷ ତଳର ଫାଇଲ । ଜଣେ ନିରୁର୍ଦ୍ଦିଷ୍ଟ ମହିଳାଙ୍କ ସମ୍ପର୍କରେ ପୋଷ୍ଟର ମାରିଛି କମିଶନରେଟ ପୁଲିସ । ପ୍ରାୟ ୯ ବର୍ଷ ତଳେ ୨୦୧୨ ମେ ୨୭ ତାରିଖରେ ଚନ୍ଦକା ଥାନା ଅଧୀନ ଗୋଠପାଟଣା ଆମ୍ବବଗିଚାରେ ଜଣେ ମହିଳାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ଏହି ମହିଳାଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି ।

୨୦୧୫ ମସିହାରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ପାରିପାର୍ଶ୍ବିକ ଅବସ୍ଥା ଓ ପ୍ରାଥମିକ ତଦନ୍ତ ଅନୁସାରେ ମହିଳାଜଣଙ୍କ ଢେଙ୍କାନାଳ କାମାକ୍ଷାନଗର ଓ ଏହାର ନିକଟବର୍ତ୍ତୀ ଅଂଚଳର ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ମିଳିଥିବା ଏକ ପିଲିଥିନକୁ ଭିତିକରି ଏଭଳି ସନ୍ଦେହ କରାଯାଉଛି । ସଂପୃକ୍ତ ମହିଳାଙ୍କ ସଂପର୍କରେ କୌଣସି ସୂଚନା ମିଳିଲେ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । କିଛି ପ୍ରାରମ୍ଭିକ ତଥ୍ୟ ପ୍ରମାଣକୁ ଆଧାର କରି ପୁଣି ଥରେ ଫାଇଲକୁ ଖୋଲିଛି ।