ରାସୋଳ ଗ୍ରାମ୍ୟବ୍ୟାଙ୍କରୁ ଡକାୟତି ମାମଲା । ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କୁ ଗିରଫ କଲାଣି ପୋଲିସ

129

କନକ ବ୍ୟୁରୋ : ହିନ୍ଦୋଳ-ରାସୋଳ ଥାନା ଅନ୍ତର୍ଗତ ରାସୋଳଛକ ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତ ଘଟଣା ପର୍ଦ୍ଦାଫାସ ହୋଇଛି । ଘଟଣାରେ ୯ ଜଣ ଗିରଫ ହୋଇଥିବାବେଳେ ଏବେ ବି ଆଉ ଦୁଇ ଜଣ ଫେରାର ଅଛନ୍ତି । ୧୨ ଲକ୍ଷ ଟଙ୍କାରୁ ୧୧ ଲକ୍ଷ ୫୫ ହଜାର ଟଙ୍କା ପୋଲିସ ଜବତ କରିଛି । ଏହା ସହ ୫ କେଜି ୩୫୮ ଗ୍ରାମ ସୁନା ମଧ୍ୟ ଜବତ ହୋଇଛି । ଗତ ବୁଧବାର ଦିନ ରାସୋଳ ଗ୍ରାମ୍ୟ ବ୍ୟାଙ୍କରେ ଡ଼କାୟତମାନେ ପଶି ଅସ୍ତ୍ରଶସ୍ତ୍ର ଦେଖାଇ ସୁନା ଏବଂ ଟଙ୍କା ଲୁଟି ନେଇଥିଲେ । ୧୧ ଜଣ ଡ଼କାୟତ ଘଟଣାରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ସୂଚନା ଦେଇଛି । ଘଟଣାରେ ବ୍ୟବହୃତ ହୋଇଥିବା ୩ଟି ଗାଡ଼ି ଓ ମାରଣାସ୍ତ୍ର ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ।