କନକ ବ୍ୟୁରୋ : ଆଜି ରିଲିଜ ହେଉଛି ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଡୱି ହାୱା’। ଜଳବାୟୁ ପରିବର୍ତନକୁ ନେଇ ନିର୍ମାଣ ହୋଇଛି ଏହି ମୁଭି । ମରୁଡି ପ୍ରଭାବିତ ବୁନ୍ଦେଲଖଣ୍ଡର ଏକ ସତ୍ୟ ଘଟଣାକୁ ନେଇ ଗତିଶୀଳ ହୋଇଛି ସିନେମା । ଏହାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି ।
ଏଥିରେ ଲିଡ୍ ରୋଲରେ ଅଛନ୍ତି ସଂଜୟ ମିଶ୍ରା ଓ ରଣବୀର ଶୌରୀ । ସଂଜୟ ମିଶ୍ରା ଏଥିରେ ଜଣେ ଅନ୍ଧ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି ଯିଏ କି ମରୁଡି ଗ୍ରସ୍ତ ବୁନ୍ଦେଲଖଣ୍ଡରେ ବସବାସ କରୁଛନ୍ତି । ଫସଲ କରିବା ପାଇଁ ଋଣ କରିଥିବା ବେଳେ ମରୁଡି ଯୋଗୁଁ ଫସଲ ଅମଳ ହୋଇପାରିନାହିଁ । ଏବଂ ଋଣ ସୁଝିବା ଚିନ୍ତା ଘାରିଛି ତାଙ୍କୁ । ଏପରି ଚାଷୀଙ୍କ ସମସ୍ୟା କାହାଣୀକୁ ନେଇ ସିନେମା ଗତିଶୀଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/kadvi-hawa.jpg)