ନୀଳଗିରି ଜେଲରେ ଚାଞ୍ଚଲ୍ୟକର ଘଟଣା ! ସ୍ତ୍ରୀଙ୍କ ସରକାରୀ ଚୌକିରେ ସ୍ୱାମୀ, ଜେଲର ସାଜି କରୁଛନ୍ତି ଯାଞ୍ଚ ।

312

କନକ ବ୍ୟୁରୋ : ନୀଳଗିରିର ଜେଲ୍ ସ୍ୱାମୀ ସ୍ତ୍ରୀଙ୍କ ଜେଲ୍ ପାଲଟିଯାଇଛି । ନୀଳଗିରି ଉପଖଣ୍ଡ କାରାଗାର ଜେଲରେ ଜେଲରଙ୍କ ଦାୟିତ୍ୱ ବୁଝୁଛନ୍ତି ଜେଲରଙ୍କ ସ୍ୱାମୀ । ଜେଲର ଅଛନ୍ତି ମମତା ମହାପାତ୍ର, ହେଲେ ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ସବୁ ଦାୟିତ୍ୱ ବୁଝୁଥିବା ଅଭିଯୋଗ ହୋଇଛି । ଆଉ ଏହାକୁ ଦେଖି ଲୋକେ୍ କହୁଛନ୍ତି ବାଃ ବାଃରେ ସ୍ୱାମୀ ସ୍ତ୍ରୀଙ୍କ ଜେଲ ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କାରାଗାର ଜେଲର ଚେୟାରରେ ବସିଥିବା ଏହି ବ୍ୟକ୍ତିଙ୍କୁ ଲକ୍ଷ୍ୟ କରନ୍ତୁ । ଟେବୁଲ ଉପରେ ନଥିପତ୍ର ଓ କାମରେ ବାବୁ ବ୍ୟସ୍ତ ଅଛନ୍ତି । ଜେଲରଙ୍କ ଚୌକିରେ ବସିଥିବା ଏହି ବାବୁ ଜଣକ ପ୍ରକୃତରେ ଜେଲର ନୁହଁନ୍ତି, ସେ ଜେଲରଙ୍କ ସ୍ୱାମୀ । ଅସଲରେ ଏହି ବାବୁଙ୍କ ପତ୍ନୀ ମମତାବାଳା ମହାପାତ୍ର ନୀଳଗିରି ଜେଲରେ ସୁପରିଟେଣ୍ଡେଂଟ୍ ଅଛନ୍ତି । ହେଲେ ପତ୍ନୀଙ୍କ ସ୍ଥାନରେ ଜେଲ’ ର କାଗଜ ପତ୍ର ଠାରୁ ଆରମ୍ଭ କରି ଜେଲ’ ର ସବୁ ଦାୟିତ୍ୱ ବୁଝୁଛନ୍ତି ତାଙ୍କ ସ୍ୱାମୀ ମାଧବାନନ୍ଦ ଜ୍ୟୋତିଷ ।

ଏପରିକି କଏଦୀ କଣ ଖାଇବେ ତାର ମେନ୍ୟୁ ମଧ୍ୟ ସେ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ନୀଳଗିରି ଉପଖଣ୍ଡ କାରାଗାରର ସୁପରିଟେଣ୍ଡେଂଟ୍  ମମତାବାଳା ମହାପାତ୍ର ପ୍ରାୟ ଅଫିସ ଆସନ୍ତି ନାହିଁ । ତାଙ୍କ ସ୍ୱାମୀ ସୁପରିଟେଣ୍ଡେଂଟ୍  ଚେୟାରରେ ବସି ଦାୟିତ୍ୱ ତୁଳାଇଥାନ୍ତି । ଗତ ୨ବର୍ଷ ହେଲା ଏହି ଜେଲ ର ଦାୟିତ ତୁଳାଇ ଆସୁଛନ୍ତି, ମମତାବାଳାଙ୍କ ସ୍ୱାମୀ ମାଧବାନନ୍ଦ । ଆଉ ଲୋକେ କହୁଛନ୍ତି ବାଃ ବାଃରେ ସ୍ୱାମୀ ସ୍ତ୍ରୀଙ୍କ ଜେଲ ।