ନୀଳାଦ୍ରି ବିଜେ ବିଶୃଙ୍ଖଳା ପ୍ରସଙ୍ଗ : ପୁଣି ପୁରୀ ସହରର ପ୍ରମୁଖ ସ୍ଥାନରେ ଦାଗି ସେବାୟତଙ୍କ ପୋଷ୍ଟର ମାରିଲା ପୁଲିସ

ନୀଳାଦ୍ରି ବିଜେ ବିଶୃଙ୍ଖଳା ପ୍ରସଙ୍ଗ : ପୁଣି ପୁରୀ ସହରର ପ୍ରମୁଖ ସ୍ଥାନରେ ଦାଗି ସେବାୟତଙ୍କ ପୋଷ୍ଟର ମାରିଲା ପୁଲିସ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନୀଳୀଦ୍ରି ବିଜେ ବିଶୃଙ୍ଖଳାକାରୀଙ୍କୁ ପାଉନି ପୁଲିସ। ମୁଖ୍ୟ ଖଳନାୟକ ଦାମୋଦର ମହାସୁଆରଙ୍କ ସମେତ ୮ ଜଣ ସେବାୟତଙ୍କୁ ପଳାତକ ଘୋଷଣା କରାଯାଇଛି, ପୁଲିସ ତନାଘନା ଚଳାଇଛି ହେଲେ ପତା ପାଉନି ଅଭିଯୁକ୍ତଙ୍କର।

ପୁଣି ଥରେ ପୁରୀ ପୁଲିସ ପଳାତକ ସେବାୟତଙ୍କ ପୋଷ୍ଟର ଜାରି କରିଛି। ଗତକାଲି ରାତିରେ ପୁରୀ ମୁନିସିପାଲିଟି କାର୍ଯ୍ୟାଳୟ, ଜିଲ୍ଲାପାଳ କାର୍ଯ୍ୟାଳୟ, ବସଷ୍ଟାଣ୍ଡ, ରେଳଷ୍ଟେସନ ଆଦି ପ୍ରମୁଖ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି। ଏହା ସହ ରହିଛି ପ୍ରୋକ୍ଲେମେସନ ନୋଟିସ। ଏମାନଙ୍କୁ ଧରାଇ ଦେଲେ ପୁରସ୍କାର ଘୋଷଣା କରାଯାଇଛି।

ନଭେମ୍ବର ୧୨ ସୁଦ୍ଧା କୋର୍ଟ କିମ୍ବା ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ନହେଲେ ଏମାନଙ୍କ ସଂପତି ବାଜ୍ୟାପ୍ତି କରାଯିବ ବୋଲି ଚେତାବନୀ ଦିଆଯାଇଛି। ପୋଷ୍ଟରରେ ଇପସିତ ପ୍ରତିହାରୀ, ରବିନାରାୟଣ ଦାସ, ଦାମୋଦର ମହାସୁଆର, ଓ ତାଙ୍କ ଭାଇ ଜୟକୃଷ୍ଣ ମହାସୁଆର, ଭୀମସେନ ପଲଙ୍କଧାରୀ, କାଶୀନାଥ ଖୁଣ୍ଟିଆ, ଭାଗିରଥି ଖୁଣ୍ଟିଆ, ହରି ନାରାୟଣ ଖୁଣ୍ଟିଆଙ୍କ ନାଁ ରହିଛି। ଏହି ମାମଲାରେ ଗିରଫ ହୋଇଥିବା କିଛି ସେବାୟତଙ୍କୁ ଜାମିନ ମିଳିସାରିଛି, ହେଲେ ଏହି ଅଘଟଣର ଖଳନାୟକ ଦାମୋଦର ମହାସୁଆର ଓ ତାଙ୍କର ସାଥୀ ସେବାୟତ ଗଲେ କୁଆଡେ। ଦାମୋଦର ହିଁ ବିଶୃଙ୍ଖଳା ଘଟାଇବାକୁ ଉସକାଇଥିଲେ। ସେ ହିଁ ସେବାୟତଙ୍କ ପରିବାର ରଥ ଉପରକୁ ଚଢିବା ପାଇଁ ଉସକାଇଥିଲେ। ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ଲଗାଇଲେ, ସବୁ ସେବାୟତଙ୍କୁ ଆହ୍ୱାନ ଦେଲେ ପିଲା ଛୁଆଙ୍କୁ ଧରି ରଥରେ ଚଢିବାକୁ। ଏପରିକି ସେ ପ୍ରଶାସନକୁ ଚାଲେଂଜ ଦେଇଥିଲେ, ଯଦି ରୋକି ପାରିବ ତ ରୋକ।

ପ୍ରଥମେ ନିଜେ ପରିବାରକୁ ଧରି ରଥ ଉପରେ ଚଢିଲେ, ଆଉ ସେହିଠାରୁ ଆରମ୍ଭ ହୋଇଥିଲା ବିଶୃଙ୍ଖଳା। ପ୍ରଶାସନକୁ ବେଖାତିର କରିବା ସହ ସାମ୍ବାଦିକଙ୍କୁ ମାଡ ମାରି ସବୁ ସୀମା ଉଲଂଘନ କରିଥିଲେ ସେବାୟତ। ଏପରିକି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସେବାୟତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe