ତାପଙ୍ଗ ହେଲା ବ୍ୟାନ । ନିୟମ ନମାନି ବୁଲିବାକୁ ଗଲେ ଦେବାକୁ ପଡିବ ବଡ ଜରିମାନା । ଘୋଷଣା କଲା ଜିଲ୍ଲା ପ୍ରଶାସନ । 

994

କନକ ବ୍ୟୁରୋ : ବନ୍ଦ ହେଲା ନିଜିଗଡ ତାପଙ୍ଗ । କାଲିଠୁ ତାପଙ୍ଗ ନଯିବାକୁ ଜନସାଧାରଣଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ । ଖୋର୍ଦ୍ଧାର ନୂଆ ସେଲ୍୍ଫି ପଏଣ୍ଟ ପାଲଟିଥିବା ତାପଙ୍ଗ ଉପରେ ସମ୍ପୂଣ୍ଣ କଟକଣା ଲଗାଯାଇଛି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି ।

ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନୀ ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ  କରୁଥିଲା । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏହାକୁ ଓଡିଶାର ଲଦ୍ଦାଖ ବୋଲି କହୁଥିଲେ ।  ପରେ ପରେ ଏଠାକୁ  ପର୍ୟ୍ୟଟକଙ୍କ ସୁଅ ଛୁଟିଥିଲା । ଅଧିକାଶଂ ଯୁବପୀଢି ଏହାର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲେ । କିନ୍ତୁ ଏବେ ଏହା ଉପରେ କଟକଣା ଜାରି କରାଯାଇଛି ।

ସୂଚନା ମୁତାବକ ତାପଙ୍ଗ ଏକ ପାହାଡିଆ ଅଞ୍ଚଳ ଯାହା ବିପଦପୂର୍ଣ୍ଣ ଭାବେ ରହିଛି । ତେଣୁ କରି ଜନସ୍ୱାର୍ଥକୁ ଆଖିଆଗରେ ରଖି ଜିଲ୍ଲାପ୍ରଶାସନ ଏହାକୁ ବ୍ୟାନ କରିଥିବା କୁହାଯାଉଛି ।