ଦିଲ୍ଲୀରେ ୨୪ ଘଣ୍ଟିଆ ସେବାକୁ ଉପ ରାଜ୍ୟପାଳଙ୍କ ଅନୁମତି, ୨୪ ଘଣ୍ଟା ଖୋଲା ରହିବ ୩୧୪ ଟି ପ୍ରତିଷ୍ଠାନ

ଦିଲ୍ଲୀରେ ୨୪ ଘଣ୍ଟିଆ ସେବାକୁ ଉପ ରାଜ୍ୟପାଳଙ୍କ ଅନୁମତି, ୨୪ ଘଣ୍ଟା ଖୋଲା ରହିବ ୩୧୪ ଟି ପ୍ରତିଷ୍ଠାନ

କନକ ବ୍ୟୁରୋ : ଦିଲ୍ଲୀରେ ଏବେ ୨୪ ଘଂଟିଆ ସେବା ମିଳିବ । ଏନେଇ ଉପରାଜ୍ୟପାଳ ବିନୟ କୁମାର ସକସେନା ଅନୁମତି ଦେଇଛନ୍ତି । ଉପ ରାଜ୍ୟପାଳ ୩୧୪ ଟି ବ୍ୟବସାୟୀକ ପ୍ରତିଷ୍ଠାନକୁ ୨୪ ଘଂଟା ଖୁଲା ରଖିବାକୁ ଅନୁମତି ଦେଇଛନ୍ତି । ଉପ ରାଜ୍ୟପାଳଙ୍କ ସଚିବାଳୟରୁ ମିଳିଥିବା ସୂଚନା ମୁତାବକ ଏନେଇ ୨୦୧୬ ମସିହାରୁ କିଛି ପ୍ରତିଷ୍ଠାନ ଆବେଦନ କରିଥିଲେ । ଏନେଇ ଆଜି ରାଜ୍ୟପାଳ ଏହି ଆବେଦନକୁ ମଞ୍ଜୁର କରିବା ସହ ଆଗାମୀ ୭ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁ ବ୍ୟବସାୟୀକ ପ୍ରତିଷ୍ଠାନଗୁଡିକ ୨୪ ଘଣ୍ଟିଆ ସେବା ଯୋଗାଇ ଦେବେ ସେମାନଙ୍କ ମଧ୍ୟରେ ରହିଛି ହୋଟେଲ, ରେଷ୍ଟୁରାଣ୍ଟ, ଖାଦ୍ୟ ପାନୀୟର ଅନଲାଇନ୍ ଡେଲିଭରି , ଔଷଧ ଦୋକାନ, ଲଜିଷ୍ଟିକ ଓ ଅନେକ କିଛି ଅତ୍ୟାବଶକୀୟ ସେବା ।

ଏନେଇ ଉପ ରାଜ୍ୟପାଳଙ୍କ ସଚିବାଳୟ ତରଫରୁ ମିଳିଥିବା ସୂଚନା ମୁତାବକ ମୋଟ ୩୪୬ ଟି ବ୍ୟବସାୟୀକ ପ୍ରତିଷ୍ଠାନ ୨୦୧୬ ରୁ ଆବେଦନ କରିଥିଲେ । ଏହାପରେ ୨୦୧୭ ରେ୨୬ ଟି ୨୦୧୮ ରେ ୮୩ ଟି ୨୦୧୯ ରେ ୨୫ ଟି, ୨୦୨୦ ରେ ୪ ଟି, ୨୦୨୧ ରେ ୭୪ ଟି ଆବେଦନ ହୋଇଥିଲା । ଏହି ଆବେଦନଗୁଡିକୁ ଗ୍ରହଣ କରି ଏବେ ରାଜ୍ୟପାଳ ୩୧୪ ଟି ବ୍ୟବସାୟୀଙ୍କ ପ୍ରତିଷ୍ଠାନକୁ ୨୪ ଘଂଟିଆ ଦୋକାନ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି । ଏହି ନିୟମ ଦିପାବଳୀ ଠାରୁ ଲାଗୁ ହେବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe