ନାଇଟ୍ କର୍ଫ୍ୟୁରେ ପ୍ରଥମ ରାତିରେ ମାଲକାନଗିରିରେ କଡ଼ାକଡ଼ି କଟକଣା : ପୁଲିସ ତଦାରଖ ଭିତରେ କରାଗଲା ଯାଂଚ୍

ବଡଯାତ୍ରାକୁ ଦୃଷ୍ଟିରେ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ରହିବ ନାଇଟକର୍ଫ୍ୟୁ; ଅତ୍ୟାବଶ୍ୟକ ସେବାକୁ ବାଦ

43

କନକ ବ୍ୟୁରୋ : ମାଲକାନଗିରିରେ ମଙ୍ଗଳବାର ରାତି ୯ଟାରୁ ଲାଗୁ ହୋଇଛି ନାଇଟକର୍ଫ୍ୟୁ । ବଡଯାତ୍ରାକୁ ଦୃଷ୍ଟିରେ ରଖି ଗତକାଲି ରାତି ୯ଟାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ଏହି ନାଇଟକର୍ଫ୍ୟୁ ବଳବତର ରହିବ । ଅତ୍ୟାବଶ୍ୟକ ସେବାକୁ ବାଦଦେଲେ ଏହି ସମୟ ମଧ୍ୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ବଡଯାତ୍ରାରେ ସର୍ବାଧିକ ୨ଶହ ଜଣକୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ଥର୍ମାଲ ସ୍କାନିଂ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡର ଲକ୍ଷଣ ଥିଲେ କୌଣସି ବ୍ୟକ୍ତିଙ୍କୁ ଏଠାରେ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ । ମୀନାବଜାର , ଖାଦ୍ୟ ଷ୍ଟଲ ଖୋଲିବା ଉପରେ କଟକଣା ଜାରି ହୋଇଛି । କୌଣସି ନୂଆ ଦୋକାନ ଖୋଲିପାରିବ ନାହିଁ । ସେହିଭଳି ଯାତ୍ରା, ରାମଲୀଳା ଓ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।

ସେପଟେ, ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରା । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରୁ ଆରମ୍ଭ ହୋଇ ମାଲାକନଗିରି ଯାଏଁ, ୧୦ ଦିନ ବ୍ୟାପି ଚାଲିବ ଏହି ବଡ ଯାତ୍ରା । ଏହି ଯାତ୍ରା ଉପରେ ଏବେ କରୋନା କଟକଣା ଲାଗିଥିବାରୁ ମାଲକାନଗିରି ସମେତ ପଡୋଶୀ ରାଜ୍ୟର ଅଗଣିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।