ଦେଶରେ ବଢୁଛି କୋଭିଡର ଦୈନିକ ସଂକ୍ରମଣ ।  ଚେନ୍ ଭାଙ୍ଗିବାକୁ ୧୦ ରାଜ୍ୟରେ ଲାଗୁ ହେଲାଣି ରାତି କର୍ଫ୍ୟୁ । 

186

କନକ ବ୍ୟୁରୋ: ସାରା ଦେଶରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଦୈନିକ ସଂକ୍ରମଣ ଏକ ଲକ୍ଷରୁ ଅଧିକ ଚିହ୍ନଟ ହେବା ପରେ ରାଜ୍ୟ ସରକାରଗୁଡିକ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ସଂକ୍ରମଣର ଚେନ ଭାଙ୍ଗିବାକୁ ୧୦ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତୁ ଦେଖିବା, କେଉଁ ରାଜ୍ୟରେ କେତେ ନାଇଟ କର୍ଫ୍ୟୁ ଓ କେଉଁଠି ଲକଡାଉନ ଲାଗୁ ହୋଇଛି ।

  • ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୮ଟା ଯାଏଁ ନାଇଟ କର୍ଫ୍ୟୁ । ଏପ୍ରିଲ ୩୦ ତାରିଖ ଯାଏଁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ
  • ମହାରାଷ୍ଟ୍ରରେ କେବଳ ଶନିବାର ଓ ରବିବାର ରାତି ୮ଟାରୁ ସକାଳ ୭ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ
  • ପଞ୍ଜାବର ୧୧ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ଯାଏଁ ଏପ୍ରିଲ ୩୦ ତାରିଖ ଯାଏଁ ରାତି କର୍ଫ୍ୟୁ ବଳବତ୍ତର ରହିବ
  • ରାଜସ୍ଥାନର ୧୦ଟି ସହରରେ ରାତି ୯ଟାରୁ ସକାଳ ୫ଟା ଯାଏଁ  ଜାରି ରହିବ ନାଇଟ କର୍ଫ୍ୟୁ
  • ଓଡିଶାର ୧୦ଟି ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ଏପ୍ରିଲ ୩୦ ଯାଏଁ ନାଇଟ କର୍ଫ୍ୟୁ କଟକଣା ବଳବତ୍ତର ରହିବ
  • ଗୁଜୁରାଟର ୨୦ଟି ସହରରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ  । ଏପ୍ରିଲ ୩୦ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ
  • ଛତିଶଗଡର ରାୟପୁର ଓ ଦୁର୍ଗ ସହରରେ ୯ ତାରିଖରୁ ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରାଯାଇଛି
  • ମଧ୍ୟପ୍ରଦେଶର ସମସ୍ତ ସହରରେ ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ କଟକଣା ଲାଗୁ
  • ଝାଡଖଣ୍ଡରେ ଏପ୍ରିଲ ୩୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୬ଟା ଯାଏଁ କଟକଣା ବଳବତ୍ତର ରହିବ
  • ଉତ୍ତରପ୍ରଦେଶର ୪ଟି ଜିଲ୍ଲାରେ ରାତି ୧୦ଟାରୁ ସକାଳ ୬ଟା ଯାଏଁ ରାତି କର୍ଫ୍ୟୁ ବଳବତ୍ତର