ବଜାରରେ ଧୁମ୍ ମଚାଇବ ଇ-ସାଇକେଲ । ଥରେ ଚାର୍ଜ କଲେ ଗଡିବ ୧୦୦ କିମି… ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ

2,215

କନକ ବ୍ୟୁରୋ: ଇଲେକ୍ଟ୍ରିକ୍ କାର, ଇଲେକ୍ଟ୍ରିକ୍ ବାଇକ୍, ଇଲେକ୍ଟ୍ରିକ୍ ସ୍କୁଟର ପରେ ଏବେ ବଜାରକୁ ଆସିବାକୁ ଯାଉଛି ଇଲେକ୍ଟ୍ରିକ୍ ସାଇକେଲ । ଇଲେକ୍ଟ୍ରିକ୍ ମୋବିଲିଟି ସେଗମେଣ୍ଟରେ ଏବେ ଯାଏଁ ଥରେ ଚାର୍ଜ ହେଲେ ୧୦୦ କିମି ବା ତାଠାରୁ ଅଧିକ ବାଟ ଅତିକ୍ରମ କଲାଭଳି ବାଇକ୍ ଏବଂ ସ୍କୁଟର ଲଞ୍ଚ ହେବାର ଟ୍ରେଣ୍ଡ ଦେଖିବାକୁ ମିଳିଛି । କିନ୍ତୁ ଏବେ ଏହି ଇଲେକ୍ଟ୍ରିକ୍ ସେଗମେଣ୍ଟରେ ଇ-ସାଇକେଲ ଯୋଡି ହୋଇଯାଇଛି । ନେକ୍ସଜୁ ମୋବିଲିଟି ପ୍ରଥମଥର ପାଇଁ ଏପରି ଏକ ଇଲେକ୍ଟ୍ରିକ୍ ସାଇକେଲ ଲଞ୍ଚ କରିଛି, ଯାହାକୁ ଥରେ ଚାର୍ଜ କଲେ ୧୦୦ କିଲୋମିଟର ଯାଏଁ ଗଡିପାରିବ ।
ନେକ୍ସଜୁ ମୋବିଲିଟି ରୋଡଲାର୍କ ଇଲେକ୍ଟ୍ରିକ୍ ସାଇକେଲ ଲଞ୍ଚ କରିଛି । ଏଥିରେ ଦୁଇଟି ବ୍ୟାଟ୍ରି ରହିଛି । ୫.୨ ଆମ୍ପିୟରର ବ୍ୟାଟ୍ରି ସାଇକେଲରେ ଲାଗିଥିବା ବେଳେ ୮.୭ ଆମ୍ପିୟରର ବ୍ୟାଟ୍ରିକୁ ଅଲଗା ଚାର୍ଜ କରି ରଖାଯାଇପାରିବ । ଏହି ସାଇକେଲ ଗୋଟିଏ ଥର ଚାର୍ଜ ହେଲେ ୧୦୦ କିମି ବା ତାଠାରୁ ଅଧିକ ବାଟ ଯାଇପାରିବ ଏହି ସାନଦାର ସାଇକେଲ୍ । ଏହା ମାତ୍ର ୩ରୁ ୪ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ । ଯଦି ଆମେ ଏକ ସାଇକେଲର ଫିଚର ସମ୍ପର୍କରେ କହିବା ତେବେ, ବାଇକ୍ ଭଳି ଏଥିରେ ଏବିଏସ୍ ଚ୍ୟାନେଲ ସିଷ୍ଟମ ସହ ଡୁଆଲ ଡିସ୍ ବ୍ରେକ୍ ଦିଆଯାଇଛି । ସବୁଠୁ ବଡକଥା ହେଉଛି ଏଥିରେ ବ୍ୟାଟ୍ରି ସୁବିଧା ଦିଆଯିବା ସହ ପ୍ୟାଡେଲର ବ୍ୟବସ୍ଥା ମଧ୍ୟ ରହିଛି । ଯଦି କୌଣସି ସ୍ଥାନରେ ବ୍ୟାଟ୍ରିରୁ ଚାର୍ଜ ସରିଯାଏ ତାହେଲେ ଟେନସନ୍ ନେବା ଆବଶ୍ୟକ ନାହିଁ । ପ୍ୟାଡେଲ ମାରି ଆରମରେ ସାଇକେଲକୁ ଚଲାଇପାରିବେ ଚାଳକ । ଏହାସହିତ ଏହି ସାଇକେଲକୁ ଘଣ୍ଟାପ୍ରତି ୨୫ କିମି ବେଗରେ ଚଲାଇପାରିବେ । ଇଏତ ଥିଲା ଫିଚର୍ସର କଥା ଯଦି ଏହି ଇ-ସାଇକେଲର ମୂଲ୍ୟ ବିସୟରେ କହିବା, ଏହି ସାଇକେଲର ମୂଲ୍ୟ ୪୪ ହଜାର ୮୩ ଟଙ୍କାରୁ ଆରମ୍ଭ ହେଉଛି ।
ଏହି ସାଇକେଲ ଦେଶର ମାତ୍ର ଅଳ୍ପ କେତେକ ସହରରେ ବର୍ତ୍ତମାନ ଲଞ୍ଚ କରାଯାଇଛି । ଯେପରିକି, ମଦୁରାଇ, ଚେନ୍ନାଇ, ଗୁରୁଗ୍ରାମ, ବିଜୟପୁର ଏବଂ ଅହମ୍ମଦାବାଦ ଭଳି ସହରରେ ଲଞ୍ଚକରାଯାଇଛି । ତେବେ କମ୍ପାନୀର କହିବା ଅନୁସାରେ, ଇ-କମର୍ସ ସେଗମେଣ୍ଟରେ ଏହି ଇସାଇକେଲ ଲୋକଙ୍କୁ ବେସ ସହାୟକ ହେବ ।