ଆଫ୍ରିକା ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ ଘଟଣା : ମାସକ ପରେ ଇମେଲ କରି ଭାରତୀୟ ଦୂତାବାସ ଜରିଆରେ ମାଲି ସରକାରଙ୍କ ସୂଚନା

ପଶ୍ଚିମ ଆଫ୍ରିକାର ମାଲିରେ ଓଡିଆ ପୁଅକୁ ଆତଙ୍କବାଦୀ ଅପହରଣର ମାସକ ପରେ ଆସିଲା ପ୍ରଥମ ଅପଡେଟ ।  ମାଲିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଓଡ଼ିଆ ଯୁବକ ପୋନାଭେଙ୍କେଟ ରମଣଙ୍କୁ ଅଲକାଏଦା ଆତଙ୍କବାଦୀ ସଂଗଠନ ଅପହରଣ କରି ନେଇଥିଲେ

31

Photograph: (kanaknews)

କନକବ୍ୟୁରୋ : ପଶ୍ଚିମ ଆଫ୍ରିକାର ମାଲିରେ ଓଡିଆ ପୁଅକୁ ଆତଙ୍କବାଦୀ ଅପହରଣର ମାସକ ପରେ ଆସିଲା ପ୍ରଥମ ଅପଡେଟ ।  ମାଲିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଓଡ଼ିଆ ଯୁବକ ପୋନାଭେଙ୍କେଟ ରମଣଙ୍କୁ ଅଲକାଏଦା ଆତଙ୍କବାଦୀ ସଂଗଠନ ଅପହରଣ କରି ନେଇଥିଲେ ।  ଏବେ ମାସକ ପରେ ମାଲି ସରକାରଙ୍କ ପକ୍ଷରୁ ପୋନାଭେଙ୍କେଟ ରମଣଙ୍କ ପରିବାର ପାଖକୁ ଏକ ଇ-ମେଲ ଆସିଛି । ଇ-ମେଲରେ ପୋନାଭେଙ୍କେଟଙ୍କ ସମେତ ତିନି ଭାରତୀୟଙ୍କ ଫଟୋ ପଠାଇଛି  ।  

ଏବେ ପୋନାଭେଙ୍କେଟ ରମଣ ସୁରକ୍ଷିତ ଥିବା ମାଲିରେ ଥିବା ଭାରତୀୟ ଦୂତାବାସଙ୍କ ଜରିଆରେ ସୂଚନା ଦେଇଛନ୍ତି ମାଲି ସରକାର  ।  ଖୁବଶୀଘ୍ର ଯୁବକଙ୍କୁ ଅଲକାଏଦା ଆତଙ୍କବାଦୀ କବଳରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମାଲି ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି  ।  ଜୁଲାଇରେ ମାଲିର ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରି ଅଲକାଏଦା ଆତଙ୍କବାଦୀ ୩ ଭାରତୀୟଙ୍କୁ ଅପହରଣ କରିନେଇଥିଲେ  ।  

ଏନେଇ କମ୍ପାନି ପକ୍ଷରୁ ପରିବାର ଲୋକଙ୍କୁ ଜୁଲାଇ ୩ ତାରିଖରେ ସୂଚନା ଦିଆଯାଇଥିଲା ।  ତେବେ ପୋନା ଭେଙ୍କେଟରମଣଙ୍କ ସଂପର୍କରେ କୌଣସି ସୂଚନା ନମଳିବାରୁ ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ। ଏବେ ମାସକ ପରେ ପୋନା ଭେଙ୍କେଟରମଣ ସୁରକ୍ଷିତ ଥିବା ଖବର ମିଳିବା ପରେ ପରିବାର ଲୋକଙ୍କ ମନରେ ଉଦ୍ଧାର ଆଶା ସଂଚାର ହୋଇଛି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe