କନକ ବ୍ୟୁରୋ: ରାତାରାତି ଫେମସ ହେବାର ନିଶା ସୀମା ପାର୍ କଲେ ୟୁଟ୍ୟୁବର୍ । ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ୟୁଟ୍ୟୁବର ରଣବୀର ଆଲ୍ହାବାଦିଆ । ଯାହାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ବିବାଦ ଉଗ୍ର ହେବା ସହ ଏବେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଦେଶର ସଂସଦୀୟ ଷ୍ଟାଣ୍ଡିଂ କମିଟି । ସେପଟେ ରଣବୀରଙ୍କ ସୋର କଣ୍ଟେଣ୍ଟ୍ ତୁରନ୍ତ ହଟାଇବାକୁ ଏନଏଚଆରସିଙ୍କ କଡ଼ା ନିର୍ଦ୍ଦେଶ ଜାରି । 

Advertisment
  • ସୋ’ ପାଇଁ ସୀମା ଡେଇଁଲେ ୟୁଟ୍ୟୁବର୍
  • ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ରଣବୀର

ୟୁଟ୍ୟୁବର ରଣବୀର ଆଲ୍ହାବାଦିଆଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏକ ରିଆଲିଟି ସୋରେ ବିବାଦୀୟ କମେଣ୍ଟ କରି ଆକ୍ରୋଶର ଶିକାର ହୋଇଛନ୍ତି ରଣବୀର । ରଣବୀରଙ୍କ ନାଁରେ ପୁଲିସରେ ମାମଲା ରୁଜୁ ହେବା ସହ ମୁମ୍ବାଇ ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ସେପଟେ ସଂସଦରେ ମଧ୍ୟ ଉଠିଛି ୟୁ୍ଟ୍ୟୁବରଙ୍କ ମନ୍ତବ୍ୟ ପ୍ରସଂଗ । ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ଏହି ପ୍ରସଙ୍ଗ ଉଠିବା ସହ ଖୁବଶୀଘ୍ର ୟୁଟ୍ୟୁବର ରଣବୀରଙ୍କୁ ସମନ କରିଯିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

  • ସୋ’ର ଆୟୋଜକଙ୍କୁ ଖୋଜୁଛି ପୁଲିସ
  • ୟୁଟ୍ୟୁବରୁ କଣ୍ଟେଣ୍ଟ୍ ହଟାଇବାକୁ ନର୍ଦ୍ଦେଶ 

ରଣବୀର ଓ ତାଙ୍କ ସହଯୋଗୀଙ୍କୁ କମେଡି ସୋକୁ ନେଇ ଉଗ୍ର ହେଲାଣି ବିବାଦ । ସଭିଙ୍କ ନାଁରେ ପୁଲିସ ନିକଟରେ ଅଭିଯୋଗ ଦାଏର ହୋଇଛି । ସେପଟେ ମୁମ୍ବାଇ ପୁଲିସ ରଣବୀରଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା ଜଣାପଡିଛି । ସେହିପରି ଗତକାଲି ରଣବୀରଙ୍କ ଦେଇଥିବା ମନ୍ତବ୍ୟ ଥିବା ଭିଡିଓ ଓ ଇଣ୍ଡିଆସ ଗଟ ଲାଟେଣ୍ଟ ସୋର କଣ୍ଟେଣ୍ଟକୁ ୟ୍ୟୁଟ୍ୟୁବରୁ ହଟାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଏନଏଚଆରସି ।

ତେବେ ଗତ ସପ୍ତାହରେ ମାତା ପିତା ସମ୍ପର୍କକୁ ନେଇ ରଣବୀର ଦେଇଥିବା ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ନାମକ ଏକ ସୋ’ରେ ରଣବୀର ଛୋଟପିଲା ଓ ମା ବାପାଙ୍କ ସମ୍ପର୍କ ସହ ଅନେକ ଗୁଡିଏ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।